ପରିଚୟ ହରାଉଛି ପୋଲସରା ସ୍ବାଗତ ତୋରଣ। ସାଧାରଣରେ ଅସନ୍ତୋଷ।

0 216

ପୋଲସରା,୦୧/୧୧ (ପିପିଟି) : ପୋଲସରା ସହରକୁ ପ୍ରବେଶ କରିବା ବେଳେ ବେଲଗାଁ ଛକ ଠାରେ ଏଵଂ କେ. ଶ୍ରଦ୍ଧାପୁର ଛକ ଠାରେ ଗୋଟାଏ ଲେଖାଏଁ ଦୁଇଟି ସ୍ବାଗତ ତୋରଣ ସ୍ଥାନୀୟ ଏନ୍.ଏ.ସି. ତରଫରୁ ସ୍ଥାପିତ କରାଯାଇଛି। ଏହି ଦୁଇଟି “ସ୍ବାଗତ ଦ୍ବାର” ସ୍ଥାପନ ହେବାପରେ ବୁଢ଼ାମ୍ୱ ପଟୁ ଏଵଂ ବୁଗୁଡ଼ା ପଟୁ ଆସୁଥିବା ଅତିଥି ଓ ନାଗରିକମାନେ ଜାଣିବାକୁ ପାଉଥିଲେ ଯେ, ପୋଲସରା ସହର ଆରମ୍ଭ ହୋଇଗଲା ବୋଲି। ତେବେ ଉଭୟପଟ ସ୍ଥାପିତ ଦୁଇଟିଯାକ ଗେଟ୍ ସ୍ଥାପନ ପରେ ଦୀର୍ଘ ସମୟ ହେଲା ଏନ୍ଏସି ପ୍ରଶାସନ ତରଫରୁ ଏହାର ରକ୍ଷଣାବେକ୍ଷଣ କାମ କରାଯାଉନଥିବାରୁ ପେଣ୍ଟ ଛାଡ଼ିଯାଇ ଲେଖା ଲିଭିଯିବା,ଦୁଇ ପାଶ୍ୱର୍ରେ ଗଛଲଟା ବଢିବା, ଲୁହାଖମ୍ବରେ ରଂଗଛାଡ଼ି କଳଙ୍କି ଲାଗିବା ଏଵଂ ତୋରଣର ଉଭୟ ପଟ ପ୍ଲେଟ୍ ଭାଙ୍ଗିଯାଇଥିବା ଯୋଗୁଁ ଯିବା ଆସିବା କରୁଥିବା ପଥଚାରୀ,ଅଜଣା ବ୍ୟକ୍ତିମାନେ ସହରର ଆରମ୍ଭ ଓ ଶେଷ ସୀମାରେଖା କେଉଁଠି ଜାଣିପାରୁନାହାଁନ୍ତି। ତେବେ ପରିଚୟ ହରାଉଥିବା ୱେଲକମ୍ ଗେଟର ଏଭଳି ବିରଳ ଦୃଶ୍ୟଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିବାସହ ସମାଜର ସଚେତନ ଓ ବୁଦ୍ଧିଜୀବୀମହଲ ଏନ୍ଏସିର ଦାୟିତ୍ଵହୀନତା ସହିତ ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ,କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା କରାଯାଉଥିବା ଅଣଦେଖାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ଜଣାପଡ଼ିଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.