ପରାଜୟ କୁ ଭୁଲି ଆଗଜୁ ବଢିବା ଆଜି ସମୟର ଆହ୍ୱାନ ;ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।

0 282

ଯାଜପୁର,୨୬/୦୮(ପିପିଟି): ସୁକିନ୍ଦା ବିକାଶରେ ଆପଣ ମାନଙ୍କ ଅବଦାନ ଅତୁଳନୀୟ । ବିଗତ ଦିନରେ ସୁକିନ୍ଦା ବିକାଶ କେବଳ ଆପଣ ମାନଙ୍କ ଦ୍ୱାରା ସମ୍ଭବ ହୋଇଛି । ବିଜୟ ପରାଜୟ ରାଜନୀତିର ଅଂଶ । ପରାଜୟ କୁ ଭୁଲି ଆଗଜୁ ବଢିବା ଆଜି ସମୟର ଆହ୍ୱାନ। ସଙ୍ଗଠିତ ହୁଅନ୍ତୁ ଆଗକୁ ବଢ଼ନ୍ତୁ । ସବୁ ସମୟରେ ଆପଣଙ୍କ ସାଥିରେ ମୁଁ ଥିଲି, ଅଛି ଓ ରହିବି ମଧ୍ୟ । ଆଜି ସୁକିନ୍ଦାଗଡ଼ ପଞ୍ଚାୟତରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିର୍ବାଚନ ପରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ଆଗଧାଡ଼ିର କର୍ମୀ ଓ ନେତା ଯୋଗଦାନ କରିଥିଲେ । ସମସ୍ତେ ପଛ କଥା ଭୁଲି ଆଗକୁ ବଢିବାକୁ ମତ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ବିଜେଡି ଶିବିରରେ ଉତ୍ସାହ ଭରିଛି ।

(ରିପୋର୍ଟ- ଅକ୍ଷୟ ରାଉତ।)

Leave A Reply

Your email address will not be published.