ହିଞ୍ଜିଳିକାଟୁ,୨୨/୧୧(ପିପିଟି): ହିଞ୍ଜିଳିକାଟୁ ପୋୖରାଞ୍ଚଳ ଅନ୍ତର୍ଗତ ତାରାତାରିଣୀ ରୋଡ଼ର ସ୍ଥିତ ହିଞ୍ଜିଳି ସରକାରୀ ୟୁପି ସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ସାମ୍ବାଦିକ ପ୍ରିୟବ୍ରତ ପଣ୍ଡାଙ୍କ ପିତା ଶ୍ରୀ ନୃସିଂହାନନ୍ଦ ପଣ୍ଡାଙ୍କର ତା ୨୧/୧୧/୨୦୨୪ ଗୁରୁବାର ପୂର୍ବାହ୍ନ ସମୟ ୧୦ ଘଣ୍ଟ ୫୫ ମିନିଟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେବ ସ୍ବାସ୍ଥ୍ୟଗତ କାରଣରୁ ଚିକିତ୍ସିତ ହେଉଥିଲେ । ସ୍ଵର୍ଗତ ପଣ୍ଡାଙ୍କ ମୃତ୍ୟୁ ବେଳେକୁ ତାଙ୍କ ପାଖରେ ତାଙ୍କ ଧର୍ମପତ୍ନୀ ବିନୋଦିନି ପଣ୍ଡା,ପୁଅ,ଝିଅ ନାତି ଓ ନାତୁଣୀ ମାନେ ଉପସ୍ଥିତ ଥିଲେ । ସ୍ଵର୍ଗତ ପଣ୍ଡାଙ୍କ ଶିକ୍ଷା କ୍ଷେତ୍ରରେ ବହୁତ ଅବଦାନ ଥିବା ସହ ସେ ଜଣେ ପରୋପକାରୀ,ସ୍ନେହୀ, ମେଳାପୀ, ଧର୍ମପରାୟଣ ଏବଂ ଆଦର୍ଶ ଶିକ୍ଷକ ଭାବରେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ଏହି ଅକାଳ ବିୟୋଗରେ ହିଞ୍ଜିଳି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।