ପରମାନନ୍ଦ ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।

0 203

ବୋଲଗଡ଼,୨୨/୧୧(ପିପିଟି):ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ବେପାରୁଆ ଓ ସଚେତନ୍ ବିହୀନ ଗାଡ଼ି ଚାଳନା କରି ଦୃଘଟଣl ଘଟି ଅମୂଲ୍ୟ ଜୀବନ ହରାଇବାକୁ ପଡୁଛି । ଦୁର୍ଘଟଣା ଜନିତ ମୃତ୍ୟୁ ଖବର ମଧ୍ୟ ପ୍ରତିଟି ମୁହୂର୍ତ୍ତ ରେ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏପରିକି ଆମେ ମାନେ ସଚେତନତା ଥାଇ ମଧ୍ୟ ସଡ଼କ ନିୟମକୁ ଉଲଘ୍ନ କରି ଦୁର୍ଘଟଣାର ବସବତି ହେଉଚ୍ଛେ ।ସେହିପରି ବୋଲଗଡ଼ ଅଞ୍ଚଳରେ ପ୍ରତିଦିନ କେହିନା କେହି ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବୋଲଗଡ଼ ପରମାନନ୍ଦ ମହା ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସ୍ଥାନୀୟ ଗୋପବନ୍ଧୁ ଛକର ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଉପରେ ଯାତାୟାତ କରୁଥିବା ମୋଟର ସାଇକେଲ , କାର, ଟ୍ରକ୍ ଚାଳକ ମାନଙ୍କୁ ହେଲମେଣ୍ଟ ପିନ୍ଧି କମ୍ ସ୍ପିଡରେ ଗଡିଚଳନା କରିବା , ସିଟ ବେଲ୍ଟ ଲଗାଇ ଗାଡ଼ି ଚାଳନା କରିବା ଓ ନିଶା ସେବନ ,ମୋବାଇଲ ରେ କଥାବାର୍ତ୍ତା କରି ଗାଡ଼ି ଚାଳନା ନକରିବା ଭଳି ସଚେତନତା କରାଇଥିଲେ । ଗୋପବନ୍ଧୁ ଛକଠାରୁ ବିଶାଳ ରାଲି କରି ଦୃତଗତି ମହାବିପତି ,ସଡ଼କ ସୁରକ୍ଷା ଜୀବନ ରକ୍ଷା ଭଳି ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ସଚେତନତା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ମହାପାତ୍ରଙ୍କ ନେତୃତ୍ବରେ ପ୍ରାଧ୍ୟାପକ ରଞ୍ଜନ କୁମାର ଦାସ ,ପ୍ରାଧ୍ୟାପକ କର୍ମୋଦୟ ଛୋଟରାୟ ,ଅଧ୍ୟାପିକା ରୂପେଲି ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ପ୍ରାଧ୍ୟାପକ ଗାନ୍ଧୀ କୁମାର ସାହୁ ପରିଚାଳନା କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.