ପବିତ୍ର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ଓ ସ୍ବାଗତ ଉତ୍ସବ ଅନୁଷ୍ଠିତ ।

0 290

ସୁବର୍ଣ୍ଣପୁର ,୦୨/୦୯(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ଥିତ ପବିତ୍ର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ଓ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମେହେର ସଭାପତିତ୍ଵ କରି ବିଦ୍ୟାଳୟର ଇତିହାସ, ନୀତିନିୟମ ବିଷୟରେ କହିବା ସହିତ ଶୃଙ୍ଖଳା ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ପିଙ୍କି ସାହୁ ପାଠ୍ୟସୂଚୀ, ପରୀକ୍ଷା ପଦ୍ଧତି ଉପରେ ଆଲୋଚନା କରିଥିଲେ । ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆଇଟି ଅଧ୍ୟାପକ ଉଦ୍ଧବ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୈତିକ ଶିକ୍ଷା ଓ ଶୃଙ୍ଖଳା ଉପରେ ଆଲୋକପାତ କରିବା ସହ ମ୍ୟାଜିକ ଦେଖାଇ ଅନ୍ଧବିଶ୍ୱାସ ରେ ନିଜେ ନ ପଡି ଅନ୍ୟକୁ ସଚେତନ କରିବା ପାଇଁ ଆହ୍ୱାନ କରିଥିଲେ । ଯୁକ୍ତ ଦୁଇ ଦ୍ୱତୀୟ ବର୍ଷ ଛାତ୍ରୀଛାତ୍ରମାନେ ନୂତନ ଛାତ୍ର/ଛାତ୍ରୀ ମାନଙ୍କୁ ସ୍ବାଗତ କରିବା ସ‌ହିତ ନିଜ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ। ନୂତନ ଛାତ୍ରୀଛାତ୍ରମାନେ ଶୃଙ୍ଖଳିତ ହୋଇ ଶିକ୍ଷାନୁଷ୍ଠାନର ସମସ୍ତ ନୀତିନିୟମ ମାନି ଚଳିବା ସହିତ ଭଲ ପାଠ ପଢି ନାଁ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଦ୍ୱିତୀୟ ବର୍ଷ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ l କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମକର୍ତ୍ତା ସହଯୋଗ କରିଥିଲେ ଶେଷରେ ଛାତ୍ରୀ ଶିବାନୀ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.