ଯାଜପୁର,୨୦/୦୩(ପିପିଟି) : ଆଜି ଅପରାହ୍ନରେ ପବିତ୍ର ମହାବାରୁଣୀ ମେଳା ଆୟୋଜନ ଓ ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀ କହିଲେ ପବିତ୍ର ମହାବାରୁଣୀ ମେଳା ଯାଜପୁର ଜିଲ୍ଲାର ଏକ ଐତିହାସିକ ମେଳା ଅଟେ । ଏହି ପବିତ୍ର ମେଳାକୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସୁଚାରୁରୂପେ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗର କାମନା କରୁଛି। ଏହି ବୈଠକରେ ଯୋଗଦେଇ ମାନ୍ୟବର ସାଂସଦ,ଯାଜପୁରଙ୍କ ପ୍ରତିନିଧି ଫଣିନ୍ଦ୍ର ମିଶ୍ର କହିଲେ ପବିତ୍ର ମହାବାରୁଣୀ ସ୍ନାନ ମେଳା ଯାଜପୁର ର ଏକ ଐତିହାସିକ ମେଳା । ଏହି ମେଳାକୁ କିପରି ସୁଚାରୁରୂପେ ପାଳନ କରିବା ସେ ଦିଗରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ । ସାଂସଦ, ଯାଜପୁର ଡ. ରବୀନ୍ଦ୍ର ନାରାୟଣ ବେହେରା ଯାଜପୁର ର ବିକାଶ ନିମିତ୍ତ ସଦ ସର୍ବଦା ଧ୍ୟାନ ଦେଉଛନ୍ତି। ଯାଜପୁର ର ପ୍ରତ୍ୟେକ ଐତିହ୍ୟ ଓ ପାରମ୍ପରିକ ପର୍ବକୁ କିପରି ସୁଚାରୁରୂପେ ପାଳନ କରାଯିବ ସେଥିପ୍ରତି ମଧ୍ୟ ବିଶେଷ ଭାବରେ ଧ୍ୟାନ ଦେଉଛନ୍ତି।
ଏହି ବୈଠକରେ ଉପାଧ୍ୟକ୍ଷ, ପୌର ପରିଷଦ, ଯାଜପୁର ସନ୍ତୋଷ କୁମାର ମଲ୍ଲିକ ଯୋଗଦେଇ କହିଲେ ଚଳିତ ବର୍ଷ ଆମେ ଆଶା କରୁଛୁ ୨୫ ରୁ ୩୦ ହଜାର ଲୋକ ହେବେ। ସେହି ଅନୁଯାୟୀ ଆମକୁ ପ୍ରସ୍ତୁତ ହେବାର ଆବଶ୍ୟକତା ଅଛି। ମହାବାରୁଣୀ ସ୍ନାନ ନିମନ୍ତେ ଲୋକ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା, ଟ୍ରାଫିକ ନିୟନ୍ତ୍ରଣ, ଯାତାୟାତ ସୁବିଧା ଇତ୍ୟାଦି ସମ୍ବନ୍ଧରେ ଆଲୋଚନା କରିଥିଲେ।
ଏହି ବୈଠକରେ ନିର୍ବାହୀ ଅଧିକାରୀ, ପୌର ପରିଷଦ ଲକ୍ଷ୍ମୀଧର ରାଉତ କହିଲେ ଚଳିତ ବର୍ଷ ବିରଜା ପଞ୍ଜିକା ଅନୁଯାୟୀ ମହାବାରୁଣୀ ସ୍ନାନ ର ସମୟ ତା ୨୬.୦୩.୨୦୨୫ ରିଖ ରାତ୍ର ୧୧.୪୮ ମିନିଟ୍ ଠାରୁ ତା ୨୭.୦୩.୨୦୨୫ ରିଖ ରାତ୍ର ୮.୧୨ ମିନିଟ୍ ମଧ୍ୟରେ ସ୍ନାନ ଯୋଗ ରହିଛି। ଗତ ବର୍ଷ ପରି ଏକ ଦିନ ବ୍ୟାପି ମହାବାରୁଣୀ ମେଳା ବୈତରଣୀ ନଦୀ ତଟସ୍ଥ ଦଶାସ୍ଵ ମେଧ ଘାଟର ଉଭୟ ପାର୍ଶ୍ଵରେ ଆୟୋଜିତ ହେବ। ବୈତରଣୀ ନଦୀକୁ ଜଳ ଛଡାଯିବା ନିମନ୍ତେ ଅସ୍ଥାୟୀ ବନ୍ଧ କରି ଜଳ ଗଚ୍ଛିତ ରଖିବା, ଘାଟର ଉଭୟ ପାର୍ଶ୍ଵରେ ପାହାଚ ସଫେଇ କରିବା,ସ୍ନାନ ନିମନ୍ତେ ବ୍ୟବହାର ହେବାକୁ ଥିବା ନଦୀ ଘାଟ ସଂଯୋଗିକରଣ ରାସ୍ତା ଓ ଦେବୀ ଗଡା ଠାରୁ ସପ୍ତ ମାତୃକା ମନ୍ଦିର ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣ, ରାସ୍ତା ମରାମତି,ଶୌଚାଳୟ,ଜଳଛତ୍ର,ସ୍ନାନ ଘାଟରେ ଅଘଟଣ ନିମିତ୍ତ ଯନ୍ତ୍ର ଚାଳିତ ଡଙ୍ଗା ବ୍ୟବସ୍ଥା ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।
ଏହି ବୈଠକରେ ଅଧ୍ୟକ୍ଷା,ପୌର ପରିଷଦ,ଯାଜପୁର ରଞ୍ଜୁଲତା ହୋତା, ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ,ଉପଜିଲ୍ଲାପାଳ ଲମ୍ବୋଦର ଖୁଣ୍ଟିଆ,ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ, ଏସ.ଡି.ପି.ଓ, ଯାଜପୁର ପ୍ରଶାନ୍ତ କୁମାର ମାଝୀ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ପୌର ପରିଷଦର କାଉନସିଲରଗଣ, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।