ବ୍ରହ୍ମପୁର,୩୦/୧୨(ପିପିଟି):ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ,ନୂଆଦିଲ୍ଲୀ ଦେଶରେ ପ୍ରସିଦ୍ଧ ଅର୍ଜନ କରିଥିବା ଏକ ପ୍ରତିବଦ୍ଧ ସାଂସ୍କୃତିକ ପ୍ରତିଷ୍ଠାନ । ବିଗତ ପନ୍ଦର ବର୍ଷ ଧରି ଏହି ପ୍ରତିଷ୍ଠାନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ନୂଆଦିଲ୍ଲୀ, କଲିକତା, ମୁମ୍ବାଇ ଓ ଦକ୍ଷିଣାଞ୍ଚଳର ସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଚଉଦଟି ଓ ରାଜ୍ୟସ୍ତରୀୟ ଜାତୀୟ ସମ୍ମିଳନୀ ସହଆଲୋଚନା ଚକ୍ର ଆୟୋଜନ କରି ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପୂନ ଜାଗରଣ ତଥା ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରି ଆସୁଅଛି । ଓଡ଼ିଆ ଭାଷା, ସାହିତ୍ୟ,କଳା ଓ ସଂସ୍କୃତିର ସୁରକ୍ଷା ତଥା ପ୍ରସାର ଦିଗରେ ଏହି ପ୍ରତିଷ୍ଠାନ ଜନ ଚେତନାମୂଳକ କାର୍ଯ୍ୟକ୍ରମ ଜାରି ରଖିଛି । ପ୍ରତିଷ୍ଠାନ ତରଫରୁ ମହାନ୍ ସଂଘ୍ ସହୋଯୋଗରେ ୩ ନଭେମ୍ବର ଭୁବନେଶ୍ୱର ଜୟଦେବ ଭବନ ଠାରେ ପନ୍ଦର ତମ ରାଜ୍ୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗାୟତ୍ରୀ ହୋଟେଲ ଠାରେ ଅଧ୍ୟକ୍ଷ ସୁଶାନ୍ତ କୁମାର ସାବତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇ। ସମ୍ମିଳନୀରେ ବାଚସ୍ପତି ସୁରମା ପାଢ଼ୀ, ଆଇନ ମନ୍ତ୍ରୀ ପୃଥିବୀ ହରିଚନ୍ଦନ, ବିଧାୟକ ବାବୁ ସିଂ,ପଦ୍ମଶ୍ରୀ ଡ ଦେବୀପ୍ରସନ୍ନ ପଟ୍ଟନାୟକ, ଚାଳଚିତ୍ର ଅଭିନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଆଙ୍କ ଅସ୍ମିତା ଓ ଓଡ଼ିଶାର ବିକାଶ ନେଇ ଆଲୋଚନା ସହ ପ୍ରତିଭା ସମ୍ମାନ ସାଂସ୍କୃତିକ କାର୍ଯ୍ୟକ୍ରମ ଦିବା ୧୦ ଘଟିକା ରୁ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରତିଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଏହି ବୈଠକରେ ପ୍ରଭାକର ସାହୁ,ହରେକୃଷ୍ଣ ମିଶ୍ର,ବୁଚୀ ବାବୁ,ପ୍ରକାଶ ଭଜନୀ,ଶୁଭଶ୍ରୀ ସାବତ,ସୁରେଶ ତ୍ରିପାଠୀ,ସିମଞ୍ଚଲ୍ ପାଣିଗ୍ରାହୀ,ଡ ଇ ଜୟନ୍ତୀ ରାଓ, ଉମାଶଙ୍କର ପାଣିଗ୍ରାହୀ, ଡ ସୂଚନା ପାଢ଼ୀ,ପୁଷ୍ପାଞ୍ଜଳି ମହାପାତ୍ର, ଗାୟତ୍ରୀ ପଣ୍ଡା, ବନ୍ଦିତା ତ୍ରିପାଠୀ,ସାଧନା ପାଢ଼ୀ,ତପନ ପଣ୍ଡା, ସୁଶାନ୍ତ ସାହୁ, ଅଲେଖ,ସୁଦୀପ ସାହୁ, ମନୋରଞ୍ଜନ ପାଢ଼ୀ ପ୍ରମୁଖ ସମେତ୍ ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ। ଶେଷରେ ଭି ରବି ଗୁପ୍ତା ଧନ୍ୟବାଦ ପ୍ରଦାନ କରିଥିଲେ।