ପଦ୍ମ ଚରଣ ସ୍ୱାଇଁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ।

0 335

ପୋଲସରା ,୧୯/୧୧ (ପିପିଟି):ସ୍ଵର୍ଗତ ଶିକ୍ଷକ ପଦ୍ମ ଚରଣ ସ୍ୱାଇଁଙ୍କ ନାମରେ ନାମିତ ପଦ୍ମ ଚରଣ ସ୍ୱାଇଁ ଚାରିଟେବୁଲ ଟ୍ରଷ୍ଟ ପୋଲସରା ପକ୍ଷରୁ ସ୍ଥାନୀୟ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ରୋଗୀମାନଙ୍କୁ ଫଳ ଏଵଂ ପିଇବା ପାଣି ବଣ୍ଟନ କରାଯାଇଥିଲା। ସ୍ଵର୍ଗତଙ୍କ ଆଜି ୮୬ ତମ ଜନ୍ମଦିବସ ସ୍ମୃତିରେ ପରିବାର ତରଫରୁ ଏହି ପବିତ୍ର କାର୍ଯ୍ୟ ତାଙ୍କର ସୁପୁତ୍ର ସୁଶାନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସମ୍ପନ୍ନ କରାଯାଇଥିଲା। ଏଥିରେ ପରିବାର ବର୍ଗଙ୍କ ସମେତ ସମାଜସେବୀ ନିକୁଞ୍ଜ କୁମାର ପାତ୍ର ଓ ଗତିକର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ରୋଗୀମାନଙ୍କ ଠାରୁ ପରିବାରକୁ ସ୍ନେହାଶିର୍ବାଦ ମିଳିବା ସହିତ ସାଧାରଣରେ ଭୂୟଁଶି ପ୍ରଶ°ସା କରାଯାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.