ପଥରରେ ଛେଚି ଯୁବକଙ୍କୁ ହତ୍ୟା ।

0 216

ବରଗଡ଼,୦୭/୦୬ : ପଥରରେ ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଦେବରାଜ ପାଣିଗ୍ରାହୀ । ବରଗଡ଼ ପଞ୍ଚାୟତ କଲେଜ ସ୍ଥିତ ଡୁଙ୍ଗୁରି ପଛପଟ ଏକ ବିଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ କିଏ ଓ କାହିଁକି ଦେବରାଜଙ୍କୁ ହତ୍ୟା କରିଛି ସେନେଇ କାରଣ ଅସ୍ପଷ୍ଟ ରହିଛି । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ପୋଲିସ ତନାଘନା ଜାରି ରଖିଛି । ବରଗଡ଼ ଏସଡିପିଓ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ବରଗଡ଼ ଏସଡିପିଓ ପଦାରବିନ୍ଦ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି । ଦେବରାଜ ପାଣିଗ୍ରାହୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.