ପୋଲସରା,୨୪/୦୨ (ପିପିଟି) :ପୋଲସରାରେ ରାଣୀପଡ଼ା ସ୍ଥିତ ବାଳୁକେଶ୍ୱର ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଶିବିର ଆରମ୍ଭ ହୋଇଯାଇଛି। ଏବିଇଓ ସ୍ୱରୂପ କୁମାର ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ପୌରପରିଷଦ ଏବଂ ୨୬ଟି ପଞ୍ଚାୟତ ସ୍ଥିତ ବିଭିନ୍ନ ସରକାରୀ ବିଦ୍ୟାଳୟର ୧୦୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି।
ସରକାରଙ୍କ ପାଠ୍ୟକ୍ରମ ରୂପରେଖ-୨୦୨୫ ଓ ନୂତନ ପାଠ୍ୟପୁସ୍ତକ (ପ୍ରଥମରୁ ଅଷ୍ଟମ ଶ୍ରେଣୀ) ପର୍ଯ୍ୟନ୍ତ ସଞ୍ଚାଳନ ନିମନ୍ତେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉ ଅଛି ବୋଲି ଅତିଥି ଏବିଇଓ ମହୋଦୟ କହିଥିଲେ। ଏହି କାର୍ଯ୍ୟକ୍ରମରେ ତାଲିମଦାତା ଭାବେ ସୁରେନ୍ଦ୍ର ସେଠୀ, ନିରଞ୍ଜନ ବେହେରା, ପଞ୍ଚାନନ ସେଠୀ ଓ ଶାନ୍ତନୁ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ବିଦ୍ୟାଳୟ ୫୬ ଗୋଟି ଶିକ୍ଷା ପାଠ୍ୟକ୍ରମ ରୂପରେଖ ଉପରେ ତାଲିମ ଦେଇଛନ୍ତି। ଏହି ଶିବିରଟି ଆସନ୍ତା ୨୮ ତାରିଖ ସୋମବାର ଦିବସରେ ସମାପନ ହେବ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା