ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

0 208

ବେଗୁନିଆପଡା,୦୫/୦୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ବେରୁଆଁବାଡ଼ି ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶସ୍ମିତା ଶତପଥୀ, କୋଦଳା ଥାନା ଅଧିକାରୀ ଶୁବାସ ଚନ୍ଦ୍ର ବେହେରା,ସିଡ଼ିପିଓ ନୀଳିମା ଟପୋ, ସରପଞ୍ଚ ପ୍ରତିମା କୁମାରୀ ପାଢ଼ୀ , ସମିତିସଭ୍ୟ ବ୍ରଜ ସୁନ୍ଦର ସାହୁ,କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ବାଡତ୍ୟା ,ବି ଭି ଓ ଭବାନୀଶଙ୍କର ତ୍ରିପାଠୀ, ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା ,ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା,ଅଧିକ୍ଷଣ ଯନ୍ତ୍ରୀ ଭି ଶଙ୍କର ରାଓ ,ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା ଏ ବି ଓ ଜୋର୍ତିମଇ ନନ୍ଦ,ଡବ୍ଲୁ ଇ ଓ ସ୍ଵାଗତିକା ରାଉତ,କୃଷି ଅଧିକାରୀ ରାମଲାଲ ସାମଦ,ଵିପିସି ଚନ୍ଦ୍ର ଶେଖର ବେହେରା,ବିଏଲସି ଦେବରାଜ ବେହେରା,ବିପିଏମ ଗ୍ୟାନ ରଞ୍ଜନ ରାଉତ ଏପିଓ ରଞ୍ଜନ କୁମାର ନାହାକ, ଵି ପି ସି ବୃନ୍ଦାବନ ସାହୁ ,ଟି ପି ସୋ ଡ଼ି ଲ ଯନ୍ତ୍ରୀ ଆଦିତ୍ୟ ପ୍ରସାଦ ଚୌଧୁରୀ,କ୍ଷୁଦ୍ର ଜଳ ସେଚନ ଯନ୍ତ୍ରୀ ସ୍ମୃତି ରେଖା ନାୟକ,ପିଇଓ ସୁଦାମ ପ୍ରଧାନ , ଉଦ୍ୟାନ ଅଧିକାରୀ ସୁଭାଶିଷ ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ବ୍ଲକ କର୍ମଚାରୀ, ପଂଚାୟତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ସମୁଦାୟ ୧୨ ଗୋଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ଜମି ପଟା ୨,ରାସନ କାର୍ଡ ୭,ରୋଡ଼ ୧,ଭତ୍ତା ୧,ପିଏମ କିଷାନ ୧ ଅଭିଯୋଗ ହୋଇଥିଲା। ଅପରାହ୍ନ ୧ ଘଣ୍ଟ ସମୟରେ ଅଭିଯୋଗ ଶୁଣାଣି ଶେଷ ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.