କୋଦଳା,୨୯/୧୨(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଫାଶୀ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା,ସରପଞ୍ଚ ଟୁନି ମାଝୀ,ସମିତି ସଭ୍ୟା ମାମି ବେହେରା,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ପଦ୍ମ ନାଭ ଜେନା,ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା,ଶୁଭଶ୍ରୀ ମହାରଣା, ଗ୍ରାମ୍ୟ ଉର୍ନ୍ନୟନ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା,ଭାରପ୍ରାପ୍ତ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗା ପ୍ରସାଦ ପଣ୍ଡା,ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା,ଡବ୍ଲୁ ଇ ଓ ସ୍ଵାଗତିକା ରାଉତ,କୃଷି ଅଧିକାରୀ ରାମଲାଲ ସମଦ,ଵିପିସି ଚନ୍ଦ୍ର ଶେଖର ବେହେରା,ବିଏଲସି ଦେବରାଜ ବେହେରା, ଏପିଓ ରଞ୍ଜନ କୁମାର ନାହାକ,ଵି ପି ସି ବୃନ୍ଦାବନ ସାହୁ , ପିଇଓ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ଏମ ଭି ୟୁ ଭି ଏ ଏସ ସ୍ୱାଗତ ମହାପାତ୍ର ଉଦ୍ୟାନ ଅଧିକାରୀ ସୁଭାଶିଷ ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ବ୍ଲକ କର୍ମଚାରୀ, ପଂଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସମୁଦାୟ ୧୩ ଗୋଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ଭତ୍ତା,ରାସନ କାର୍ଡ, ଆବାସ ୧୦ ଗୋଟି,କମ୍ୟୁନିଟ ପ୍ରୋଜେକ୍ଟ ଦୁଇ ଗୋଟି ପାଇଁ ଅଭିଯୋଗ ହୋଇଥିବା ବେଳେ ଲାଠୁଳି ରଘୁନାଥ ପୁରର ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଅନୁରୋଧ ଅନ୍ତର୍ଭୁକ୍ତ । ଅପରାହ୍ନ ୨ ଘଣ୍ଟ ସମୟରେ ଅଭିଯୋଗ ଶୁଣାଣି ଶେଷ ହୋଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)