ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

0 17

କୋଦଳା,୦୮/୧୨(ପିପିଟି):ସୋମବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଖଣ୍ଡିଆନଈ ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା,ସରପଞ୍ଚ ପଙ୍କଜ ସେଠି,ସମିତି ସଭ୍ୟ କୁନି ପଲାଇ,ସିଡିପିଓ ନୀଳିମା ଟପ୍ପୋ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ,କନିଷ୍ଠ ଯନ୍ତ୍ରୀ ନୃସିଂହ ଚରଣ ପାତ୍ର,ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା, ଶୁଭଶ୍ରୀ ମହାରଣା,ଭାରପ୍ରାପ୍ତ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗା ପ୍ରସାଦ ପଣ୍ଡା,ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା, କୃଷି ଅଧିକାରୀ ରାମଲାଲ ସାମଦ,ଵିପିସି ଚନ୍ଦ୍ର ଶେଖର ବେହେରା,ବିପିଏମ ଜ୍ଞାନ ରଞ୍ଜନ ରାଉତ, ବିଏଲସି ଦେବରାଜ ବେହେରା,ଏପିଓ ରଞ୍ଜନ କୁମାର ନାହାକ, ଵିପିସି ବୃନ୍ଦାବନ ସାହୁ, ପିଇଓ ସୁଧୀର କୁମାର ମହାରଣା,ଏ ଡି ଇ ଓ ଝୁନୁ ନାହାକ,ଉଦ୍ୟାନ,କ୍ଷୁଦ୍ର ଜଳସେଚନ,ବିଦ୍ୟୁତ୍ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ଏଥିରେ ଅନ୍ୟ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ସମୁଦାୟ ୧୯ ଗୋଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ଭତ୍ତା,ରାସନ କାର୍ଡ ୧୦ ଗୋଟି,ସୁଭଦ୍ରା ୪ ଗୋଟି,ମେଡିକାଲ ଗୋଟିଏ ଅଭିଯୋଗ ହୋଇଥିଲା । ଅପରାହ୍ନ ୨ ଘଣ୍ଟ ସମୟରେ ଶେଷ ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.