ବୋଲଗଡ଼,୧୭/୦୮(ପିପିଟି): ବୋଲଗଡ ପଞ୍ଚାୟତ ସମିତି ସଭା ଗୃହରେ ବ୍ଲକର ବିଭିନ୍ନ ପଞ୍ଚାୟତ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି।ବୋଲଗଡ ଗ୍ରାମପଞ୍ଚାୟତ, ଡାବରଧୁଆ ଓ ଦଳେଇସହି ପଞ୍ଚାୟତ ର ୫୫ ଜଣ ୱାର୍ଡ ମେମ୍ୱର ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବୋଲଗଡ଼ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରତିକାନ୍ତ ମିଶ୍ର ,ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରିଣୀ ସୋନାଲି ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଶିବିରରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ର ତାଲିମ ଦାତା ଭାଗିରଥୀ ଦାଶ,ରଶ୍ମିତା ମହାରଣା ଗ୍ରାମ ପଞ୍ଚାୟତ ର ବିଭିନ୍ନ ବିକାଶ ମୂଳକଯୋଜନା, ପଲ୍ଲୀସଭା ଓ ଗ୍ରାମସଭା, ପ୍ରଧାମନ୍ତ୍ରୀ ଆବାସ ଯୋଜନା,ସମ୍ବିଧାନ ସଂଶୋଧନ ଏବଂ ୱାର୍ଡ ମେମ୍ବରଙ୍କ ଭୂମିକା,ବିପର୍ଯ୍ୟୟ ପ୍ରଶମନ ଆଦି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଇ ସମ୍ୟକ ଧାରଣା ପ୍ରଦାନ କରିଥଲେ। ତୃଣମୂଳ ସ୍ତରରେ ଅନେକ ଯୋଜନା ର କିପରି ବିକାଶ ହୋଇପାରିବ ସେ ଉପରେ ମଧ୍ୟ ଆଲୋଚନା କରାଯାଇ ଥିଲା।ସାମାଜିକ କର୍ମୀ ବାମଦେବ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)