ନେତାଜୀ ଉଚ୍ଚ ବିଦ୍ୟାଳୟରେ ସାପ କାମୁଡ଼ା ଓ ପ୍ରତିକାର ଉପରେ ସଚେତନତା ।

0 198

ମାଲକାନଗିରି,୧୪/୦୨(ପିପିଟି):ନେତାଜୀ ଉଚ୍ଚ ବିଦ୍ୟାଳୟରେ ସାପ କାମୁଡ଼ା ଓ ଏହାର ପ୍ରତିକାର ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏମଭି-୪୭ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରମେଶ ଚନ୍ଦ୍ର ମହାରଣା ଯୋଗ ଦେଇ ଯଦି କୌଣସି ବ୍ୟକ୍ତିଙ୍କୁ ସର୍ପ ଦଂଶନ କରେ ଝଡାଫୁଙ୍କା ନ କରିବା, ଦଂଶନ ସ୍ଥାନରେ ବନ୍ଧାବନ୍ଧି ନକରିବା, ସମାନ୍ତରାଳ ଶୁଆଇ ଭାବେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ଭିଡିଓ କ୍ଲିପ୍ ମାଧ୍ୟମରେ ବିଭିନ୍ନ ବିଷଧର ସର୍ପକୁ ଦେଖାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଇର୍ମା କବାସି ଯୋଗଦେଇଥିବା ବେଳେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପରିଡ଼ା ମଞ୍ଚ ପରିଚାଳନା କରିଥିଲେ। ଅନ୍ୟାନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ଲମ୍ବୋଦର ରାଉତ, ସୁରେଶ କୁମାର ପଣ୍ଡା, ବାବୁଲା ନାୟକ, ଅଭିମନ୍ୟୁ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ୨୫୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଶେଷରେ ସୂର୍ଯ୍ୟ ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.