ବ୍ରହ୍ମପୁର ୦୫/୦୯(ପିପିଟି):ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧେଶ କ୍ରମେ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ଠାରେ ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି ଙ୍କ ଅଧ୍ୟକ୍ଷତା ରେ ‘ମୁ ବି ମିତା’ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ନୂତନ ଯୁବ ଭୋଟର ମାନଙ୍କ ପଞ୍ଜିକରଣ ତଥା ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ‘ମୁ ବି ମିତା ‘ ନାମରେ ସଚେତନତା ଅଭିଯାନ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଶତ ପ୍ରତିଶତ ନୂତନ ଭୋଟର ଦାତା ମାନଙ୍କୁ ସାମିଲ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ଭୋଟର ତାଲିକାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ତାଲିକାରେ ନୂତନ ଭୋଟର ଯେଉଁମାନଙ୍କର ବୟସ ୧୮ ବର୍ଷ ରୁ ଉର୍ଦ୍ଧ ହୋଇଛି ସେମାନେ ନୂତନ ଭୋଟର ତାଲିକା ରେ ନାମ ପଞ୍ଜିକରଣ କରିପାରିବେ । ଘରେ ରହି କିଭଳି ଅନଲାଇନ୍ ମାଧ୍ୟମରେ ନାମ ପଞ୍ଜିକରଣ କରିପାରିବେ ତାହା ମଧ୍ୟ ଶିକ୍ଷା ଦିଆଯାଉଛି । ” ମୁଁ ବି ମିତା” ଅଭିଯାନର ମୁଖ୍ୟ ଉଧେଶ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଚୟନ ହୋଇଥିବା ଛାତ୍ରୀମାନେ ଏହି ଅଭିଯାନ ଅନ୍ତର୍ଗତ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବେ ଏବଂ ନିଜ ନିଜ ଅଞ୍ଚଳରେ ନୂତନ ଭୋଟର ମାନଙ୍କୁ ଭୋଟଦାନ ,ଭୋଟର ତାଲିକାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସହିତ ତାଲିକାରେ ନୂତନ ଭୋଟର ପଞ୍ଜିକରଣ ନିମନ୍ତେ ମଧ୍ୟ ସଚେତନତା ସୃଷ୍ଟି କରିବେ । ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀ ଚିତ୍ରସେନ ଦୋଳେଇ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ-ଆରତ କୁମାର ହୋତା