ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରିଙ୍କୁ ପ୍ରେସକ୍ଲବ, ପଂଚାୟତ ସମିତି ଏବଂ ସରପଞ୍ଚ, ସମିତିସଭ୍ୟଙ୍କ ତରଫରୁ ସ୍ୱାଗତ ।

0 19

ବେଲଗୁଣ୍ଠା, ୦୬୵୧୦ଗତକାଲି ଅର୍ଥାତ୍ ଗୁରୁବାର ଦିନ ବେଲଗୁଣ୍ଠା ବ୍ଳକ୍ ର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଭାରତୀ ଦେବୀ ଯୋଗଦେବା ପରେ ଆଜି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଏବଂ ସରପଞ୍ଚ ସଂଘ, ସମିତିସଭ୍ୟ ସଂଘ ତରଫରୁ ବିଡ଼ିଓଙ୍କୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ପୁଷ୍ପଗୁଚ୍ଛ ଦେଇ ନୂତନ ବିଡିଓ ଭାରତୀ ଦେବୀଙ୍କୁ ସ୍ୱାଗତ କରାଯାଇଥିଲା । ଏଥିରେ ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ବରିଷ୍ଠ ସଭ୍ୟ ସୁଶାନ୍ତ ବେହେରା, ପ୍ରଦୀପ ଚୌଧୂରୀ, ଚନ୍ଦନ ସାହୁ, ସଚିନ୍ ପୁରୋହିତ,ଶିବରାମ ଚୌଧୂରୀ,ତୋଫାନ କୁମାର ସାହୁ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ନାରାୟଣ ପଣ୍ଡା,ବିଭୂପାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.