ନୂଆ ନୂଆ ତରିକାରେ ଲୁଟିବାକୁ ଠକଙ୍କ ଉଦ୍ୟମ; ଦୁର୍ବୁତ୍ତ ୬୬ଲକ୍ଷ ଟଙ୍କା ନେବାରେ ବିଫଳ ।

0 439

ଭଞ୍ଜନଗର,୦୪/୦୩(ପିପିଟି): ଭଞ୍ଜନଗର ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରେ ଥିବା ଏନ୍ଏସି ଆକାଉଣ୍ଟରୁ ଜାଲ୍ ଚେକ୍ ଦେଇ ଜଣେ ଦୁର୍ବୁତ୍ତ ୬୬ ଲକ୍ଷ ଟଙ୍କା ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ସନ୍ଦେହରେ ତାହା ବିଫଳ ହୋଇଥିବା ଜଣାପଡିଛି। ଏ ନେଇ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଭଞ୍ଜନଗର ଥାନାରେ ଏତଲା ଦେଇଛନ୍ତି। ଏସଂକ୍ରାନ୍ତରେ ପୁଲିସ ଆଜି ବ୍ୟାଙ୍କର ସିସିଟିଭି ଫୁଟେଜ ସମେତ ଉକ୍ତ ଚେକ ସମାର୍କରେ ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ଧିରେଶ କୁମାର ଦାଶ କହିଛନ୍ତି। ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସୂଚନା ପ୍ରକାରେ ଦୁଇଟି ଜାଲ୍ ଚେକ୍ ୧୮ ଓ ୧୯ ନମ୍ବର ଜରିଆରେ ତାଙ୍କ ନକଲି ଦସ୍ତଖତ କରି କେହି ଜଣେ ବ୍ୟକ୍ତି ଗୁରୁବାର ବ୍ୟାଙ୍କ୍‌ରୁ ଯଥାକ୍ରମେ ପ୍ରଥମ ଚେକ ୨୮ ଓ ଦ୍ଵିତୀୟ ଚେକ ୩୮ ଲକ୍ଷଦେଇ ଟଙ୍କା ଉଠାଣ ପାଇଁ ଦାଖଲ କରିଥିଲା। ତେବେ ତାର ହାବଭାବ ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମନରେ ସନ୍ଦେହ ଜାତ ହେବାରୁ ସେମାନେ ଏନ୍‌ଏସି ଅଫିସ୍ ସହ ଏସମ୍ପର୍କରେ ଯୋଗାଯୋଗ କରିଥିଲେ। ତେବେ ଏନ୍ଏସି କର୍ତ୍ତୃପକ୍ଷ ଏଭଳି କୌଣସି ଚେକ୍ କାହାକୁ ଟଙ୍କା ଉଠାଣ ପାଇଁ ଦିଆଯାଇ ନଥିବା ସ୍ପଷ୍ଟ କରିଥିଲେ। ତେବେ ସେତେବେଳକୁ ସୁଯୋଗ ଦେଖି ସନ୍ଦିଗ୍ଧ ବ୍ୟକ୍ତି ଜଣକ ବ୍ୟାଙ୍କରୁ ଚମ୍ପଟ ମାରିଥିଲେ । ଏ ଘଟଣା କୁନେଇ ନିର୍ବାହୀ ଅଧିକାରୀ ଶ୍ରୀ କର ଗୁରୁବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ। ଏଥିସହ ସେ ଏ ବାବଦରେ ଏନ୍‌ଏସି ପ୍ରଶାସକ ତଥା ଭଞ୍ଜନଗର ଉପଜିଲ୍ଲାପାଳ,ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ପିଡିଙ୍କୁ ମଧ୍ୟ ଅବଗତ କରିଥିଲେ।ପୁଲିସ ଘଟଣାକୁ ଗୁରୁତ୍ୱ ଦେଇ ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି।ହେଲେ କିଏ ସେହି ସନ୍ଦିଗ୍ଧ ଯୁବକ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗିରହିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.