ନୂଆଗାଁ ଶନିଶ୍ଚର ମନ୍ଦିରରୁ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ।

0 208

ଭଞ୍ଜନଗର, ୧୩/୧୨(ପିପିଟି ):ଗ୍ରାମ ଠାରୁ ଦୂରରେ ନିରୋଳା ଏବଂ ନିଛାଟିଆ ସ୍ଥାନରେ ଥିବା ମନ୍ଦିର ଗୁଡ଼ିକ ବର୍ତ୍ତମାନ ଚୋରମାନଙ୍କ ଟାର୍ଗେଟରେ ରହିଛି।ତେଣୁ ଭଞ୍ଜନଗର ଓ ବେଲଗୁଣ୍ଠା ଥାନା ଅଞ୍ଚଳରେ ଥିବା ମନ୍ଦିରରୁ କିଛି ଦିନ ବ୍ୟବଧାନରେ ବାରମ୍ବାର ଚୋରୀ ହେବାରେ ଲାଗିଛି।ଏଭଳି ସ୍ଥିତିରେ ଏହାର ସୁରକ୍ଷା ପୋଲିସ ଓ ମନ୍ଦିର ପରିଚାଳନା କମିଟି ପାଇଁ ଏକ ସମସ୍ୟା ସୃଷ୍ଟି କରିଛି।କିଛି ଦିନର ନୀରବତା ପରେ ପୁଣି ମନ୍ଦିର ରୁ ଚୋରୀ ହୋଇଥିବା ଜଣାପଡିଛି।ଶୁକ୍ରବାର ବିଳମ୍ବିତ ରାତିରେ ବେଲଗୁଣ୍ଠା ଥାନା ଅଧିନ ଘୁ. ନୂଆଁ ଗା ଶନି ମନ୍ଦିର ପରିସରରେ ଥିବା ମା’ ବାର ପାହାନ୍ତିଙ୍କ ମନ୍ଦିର ରେ କଳା କନା ବୁଲାଇଛନ୍ତି ଚୋର ମାନେ। ଦେବୀଙ୍କ ଗୋଟିଏ ରୁପା ମୁକୁଟ ଚୋରୀ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।ଏହା ବ୍ୟତୀତ ଶନି ମନ୍ଦିରର ତାଲା ଭାଙ୍ଗି କିଛି ରୁପା ସାମଗ୍ରୀ ସହ ପାଣି ମୋଟର,ସାଉଣ୍ଡ ସିଷ୍ଟମ ଇତ୍ୟାଦି ଲୁଟି ନେଇଛନ୍ତି ଚୋର। ଆଜି ସକାଳୁ ମନ୍ଦିର ପୂଜକ ଦ୍ୱାର ଫିଟାଇବା ସମୟରେ ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ।ଏସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ। ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଅନେକ ଥର ଚୋରି ହୋଇଛି।ହେଲେ ପୋଲିସ ତାର ଟେର ପାଇନି। ଏହି ଚୋରୀ ଘଟଣା ପଛରେ ବାହାର ରାଜ୍ୟ କିମ୍ବା ଅନ୍ତଃ ରାଜ୍ୟ ଚୋରମାନେ ସାମିଲ ଥିବା ସନ୍ଦେହ କରାଯାଉଛି।ଏହି ଚୋରୀ ଘଟଣା ପରେ ଭକ୍ତଙ୍କ ମନ ମଧ୍ୟରେ ଗଭୀର ଆଘାତ ଲାଗିଛି।ଏହି ଚୋରମାନଙ୍କୁ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.