ବେଗୁନିଆପଡ଼ା,୧୨/୦୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ଗ୍ରାମ ପରିସରରେ ଆଜି ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜର ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସମାଜର କର୍ମକର୍ତ୍ତା ମାନେ ପ୍ରଥମେ କୁଳ ଦେବତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ସଂପାଦକ ନୀଳାଞ୍ଚଳ ପୋଲେଇ, ଅଞ୍ଚଳ ପରିଷଦ ସଭାପତି ଯୋଗିନ୍ଦ୍ର ବିଷୋୟୀ, ଉପ ସଭାପତି ମହେଶ୍ୱର ଭୂୟାଁ, ଅଞ୍ଚଳ ପରିଷଦ ସଂପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, ଅଞ୍ଚଳ ପରିଷଦ ସଂଗଠକ ସଂପାଦକ ମନୋଜ କୁମାର ପ୍ରଧାନ, କୋଷାଧକ୍ଷ ପ୍ରଭାକର ନାହାକ, ଉପଦେଷ୍ଟା ନୀଳାଞ୍ଚଳ ସ୍ଵାଇଁ,ସଂଗଠକ ଗୌରୀ ଶଙ୍କର ସୁମନ୍ତରାୟ,ମଣ୍ଡଳ ଉପସଭାପତି ବସନ୍ତ କୁମାର ଭୂୟାଁ, ସଂପାଦକ କବିରାଜ ଜେନା, ନୂଆଗଡ କୁଳ ସଭାପତି ଆରତ କୁମାର ବେହେରା, ସଂପାଦକ ଶ୍ରୀକାନ୍ତ କୁମାର ସୁମନ୍ତରାୟ ସମେତ ବିଭିନ୍ନ କୁଳ କମିଟି ର କର୍ମକର୍ତ୍ତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଆଦି ପ୍ରଦାନ କରାଯାଇ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ କାଳଞ୍ଜି ସମାଜର ଐତିହ୍ଯ, ପରମ୍ପରା ଏବଂ ସାଙ୍ଗଠନିକ ଦିଗ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ନୂଆଗଡ ମଣ୍ଡଳ ଏବଂ ସମସ୍ତ କୁଳ କମିଟିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ନୂଆଗଡ କୁଳ କମିଟି ଏବଂ ଗ୍ରାମ୍ୟ କମିଟିର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)