କୋଦଳା,୦୫/୦୩(ପିପିଟି):ମଙ୍ଗଳବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱ ରେ ନୂଆଁ ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ସରକାରଙ୍କ ଏହି ଯୋଜନାକୁ ଭୁୟସୀ ପ୍ରସଂଶା କରିବା ସହିତ ଏହି ଅର୍ଥରାଶି ଦ୍ୱାରା ଛାତ୍ର ଛାତ୍ରୀମାନେ ଭଲ ବହି କିଣି ଉତ୍ତମ କୋଚିଂ ସେଣ୍ଟର ରେ କୋଚିଂ ନେଇ ନିଜର ନାଁ ରଖିବାକୁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟ ନାରାୟଣ ଦୋରା ଗରିବୀ ଓ ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ଏହା ଏକ ଭଲ ଯୋଜନା ଏବଂ ଏହା ଫଳରେ ଅନେକ ଅର୍ଥ ଅଭାବରୁ ବଞ୍ଚିତ ଛାତ୍ର ଛାତ୍ରୀ ଉପକୃତ୍ତ ହୋଇପାରିବେ ବୋଲି କହିଥିଲେ । ଅଧ୍ୟକ୍ଷ ରଘୁନାଥ ମୁଦୁଲି ସରକାରଙ୍କ ଏହା ଏକ ସଫଳ ରୂପାୟନ ବୋଲି ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ୪୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା କଲ୍ୟାଣୀ ପାତ୍ର,ମହାବିଦ୍ୟାଳୟ ଆଲୁମିନି ସଭାପତି ସୂର୍ଯ୍ୟ ନାରାୟଣ ବଡୁ, ବିଜେଡି ମହିଳା ସଭାନେତ୍ରୀ ସୁଜାତା ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦିକା ଗଜଲକ୍ଷ୍ମୀ ପଣ୍ଡା, ସମେତ କାଉନସିଲର ମଧୁ ସୁଦନ ଯେନା, ମନୋରଞ୍ଜନ ଡାକୁଆ, ଜିତେନ୍ଦ୍ର ପ୍ରଧାନ,ସମେତ ବହୁ କାଉନସିଲର ପ୍ରତିନିଧି ଯୋଗଦେଇଥିଲେ । କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଭାବେ ସଫଳ ରୂପାୟନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ, ଅଧ୍ୟାପକ ସପନ କୁମାର ଦାଶ । ଛାତ୍ର ଛାତ୍ରୀଙ୍କ ଦ୍ୱାରା ସମସ୍ତ ଅତିଥିଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରାଯାଇଥିବା ବେଳେ,ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ଅଧ୍ୟାପକ ଡଃ ବିଷ୍ଣୁ ନାରାୟଣ ସେଠୀ ଅତିଥି ପରିଚୟ ପ୍ରଦାନ ସହିତ କଲେଜ ବିଷୟ ରେ ସମ୍ୟକ ସୂଚନା ଦେଇ ଦୀର୍ଘ ବର୍ଷର ଅବହେଳିତ ମହାବିଦ୍ୟାଳୟକୁ ମାତ୍ର ଦୁଇବର୍ଷ ରେ ୫କୋଟି ର ଅନୁଦାନ ମିଳିଥିବାରୁ ସ୍ଥାନୀୟ ବିଧାୟିକାଙ୍କୁ ସାଧୁବାଦ ଜଣାଇଥିଲେ । ଭାଗ୍ୟଶାଳୀ ବିଧାୟିକା ଲତିକା ପ୍ରଧାନଙ୍କୁ ପ୍ରସଂଶା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ରଞ୍ଜୁବାଳା ନନ୍ଦ, ଗୃହଲକ୍ଷ୍ମୀ ସାହୁ,ଜ୍ୟୋଛନା ରାଣୀ ସାହୁ ଅଧ୍ୟାପକ ସାଗର ଚାନ୍ଦ ପାତ୍ର, ପ୍ରଦୀପ କୁମାର ପଣ୍ଡା,ପ୍ରଶାନ୍ତ କୁମାର ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ଛାତ୍ର ବୃତ୍ତି ସାର୍ଟିଫିକେଟ ପ୍ରଦାନ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)