ନୂତନ ବି.ଇ.ଓ.ଙ୍କୁ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ।

0 393

ପୋଲସରା, ୦୨/୦୩(ପିପିଟି) :  ନୂତନ ବି.ଇ.ଓ. ଭାବେ ଦାୟିତ୍ଵ ସମ୍ଭାଳିଥିବା ଶଙ୍କର୍ଷଣ ଷଡଙ୍ଗୀଙ୍କୁ ଶୁକ୍ରବାର ଦିନ ପୋଲସରା ବ୍ଲକ୍ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ କାର୍ଯ୍ୟାଳୟରେ ସ୍ବାଗତ ଏଵଂ ସମ୍ବର୍ଦ୍ଧନା ଦିଆଯାଇଛି। ସଂଘ ସଭାପତି ସନ୍ନ୍ୟାସୀ ସାହୁଙ୍କ ନେତୃତ୍ବରେ ବି.ଇ.ଓ.ଙ୍କୁ ଉତ୍ତରିୟ ଏଵଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସଂଘ ଏଵଂ ବି.ଇ.ଓ.ଙ୍କ ମଧ୍ୟରେ ଭାବ ବିନିମୟ ସହ ବିଭିନ୍ନ ଶିକ୍ଷା ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ନିଜର ସାମ୍ୱିଧାନିକ କ୍ଷମତା ମଧ୍ୟରେ ଯଥାସମ୍ଭବ ସହଯୋଗ କରିବାକୁ ବି.ଇ.ଓ. ପ୍ରତିଶୃତି ଦେବାସହ ସଂଘ ତରଫରୁ ମଧ୍ୟ ସହଯୋଗ ଆଶାବ୍ୟକ୍ତ କରିଥିଲେ। ଏହି ସମୟରେ ସଂଘର ସଂପାଦକ ଦିଲିପ କୁମାର ସେଠୀ, କୋର୍ କମିଟିର ଶଦଶ୍ୟ ବଳରାମ ନାୟକ ଓ କେଦାର ବାଡତ୍ୟା ଏବଂ କନିଷ୍ଠ ଶିକ୍ଷକ ସଂଘର କର୍ମକର୍ତ୍ତା ସୁବୋଧ କୁମାର ସାହୁଙ୍କ ସମେତ ଅନେକ ଶିକ୍ଷକମାନେ ଉପସ୍ଥିତ ଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.