ନୁଆଁ ବରଷରେ ଅନୁରୋଧ ମୋର ।

0 84

ଦେଖୁ ଦେଖୁ ସରିଗଲା ପୁରୁଣା ବର୍ଷ

ପଡ଼ିଲାଣି କେବେ ଜଣା,
ଥିରି ଥିରି ଆସିଲା ନୁଆଁ ବରଷ
ସତେ କେତେ ମନ ଜିଣା ll

ଖୁସିରେ ସଭିଏଁ ଆନନ୍ଦେ ନାଚନ୍ତି
ନୁଆଁ ବରଷକୁ ପାଇ,
ଆଖିର ପଲକ ପଡୁନାହିଁ ଜମା
ସବୁ ମନ ହାଇଁ ପାଇଁ ll

ସେପଟେ ଦେଖିଲେ ଗରିବ ଲୋକଟା
ପେଟକୁ ପାଉନି ଦାନା,
ନୁଆଁ ବରଷଟା କ’ଣ ଜାଣି ନାହିଁ
ଖୁସି ତା ପାଇଁକି ମନା ll

ଟଙ୍କା ପାଇଁ ଏଠି ପିଲା ବିକ୍ରି କରେ
ବାଧ୍ୟ ହୋଇ ଦୁଃଖି ମାଆ,
ସ୍ନେହ ମମତାର ଛକି ଶୂନ ଖେଳ
କେହି କରନ୍ତିନି ଆହା ll

ଆମ ପାଖେ ଅଛି ବିଡାବିଡା ଟଙ୍କା
କେତେ କ’ଣ କରିବାକୁ,
ହେଲେ ଏଠି ଦେଖ ସଂଘର୍ଷ ଚାଲିଛି
ଦୁଃଖେ ଟିକେ ବଞ୍ଚିବାକୁ ll

ନୂଆ ବରଷ ରେ ଅନୁରୋଧ ମୋର
ସେମାନଙ୍କୁ ସାହା ହୁଅ,
ସୁଖ ଶାନ୍ତି ତାଙ୍କ ଫେରେଇବା ପାଇଁ
ମୁହେଁ ହସ ଭରିଦିଅ ll
~ ~ * ~ ~

ଶାନ୍ତନୁ କୁମାର କର୍ଣ୍ଣ
ଜୟପୁର, ବୀରମହାରାଜପୁର
ଜିଲ୍ଲା – ସୁବର୍ଣ୍ଣପୁର

Leave A Reply

Your email address will not be published.