“ନୁଆଁ ଓ “ର ଭାଷା ଓଡ଼ିଆ ସାହିତ୍ୟ ସମ୍ମିଳନୀ ଉଦଯାପିତ ।

0 280

କୋଦଳା,୨୫/୦୧(ପିପିଟି): ଗୁରୁବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ରେ “ନୁଆଁ ଓ ” କାର୍ଯ୍ୟକ୍ରମ ପକ୍ଷରୁ ୧୮/୦୧/୨୦୨୪ ଠାରୁ ଲାଗିରହିଥିବା ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରାହିତ୍ୟରେ ଉଦଯାପିତ ହୋଇଯାଇଛି । ଜଗନ୍ନାଥ ସଂସ୍କୃତି ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଅଧ୍ୟକ୍ଷ । କାର୍ଯ୍ୟକ୍ରମ ସଂଯୋଜିକା ରଞ୍ଜୁବାଳା ନନ୍ଦ ଓଡ଼ିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ମତାମତ ରଖିଥିଲେ । ପରିଚାଳନା ପରିଷଦ ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରା ମଞ୍ଚାସିନ ରହି ଓଡ଼ିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ବିଷଦ ବିବରଣୀ ପ୍ରଦାନ କରିବା ସହିତ ଯୁବ ମାନସରେ ପ୍ରଚାର ପ୍ରସାର କରିବା ନିମିତ୍ତ ସରକାରଙ୍କ ଏହି ମହାନ ଉଦ୍ଦେଶ୍ୟକୁ ପ୍ରଶଂସନୀୟ ବୋଲି କହିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ଆୟୋଜିତ ହୋଇଥିବା ବେଳେ,ଅନ୍ତର୍ନିହିତ ଗୁଣାବଳୀର ସଂଯୋଜକ ପ୍ରାଧ୍ୟାପକ ବିଷ୍ଣୁ ନାରାୟଣ ସେଠୀ ମଞ୍ଚାସିନ ଥିବା ବେଳେ ଅଧ୍ୟାପକ ସାଗର ଚାନ୍ଦ ପାତ୍ର ସତ୍ୟ ନାରାୟଣ ପାତ୍ର,ସପନ କୁମାର ଦାଶ,ବିନୋଦ କୁମାର ମିଶ୍ର, ପ୍ରଶାନ୍ତ କୁମାର ମହାପାତ୍ର, ସାଗରୀକା ଦାଶ,ଡଃ ପ୍ରଦୀପ କୁମାର ପଣ୍ଡା,ଡଃ ଜ୍ୟୋଛନା ରାଣୀ ସାହୁ,କାହ୍ନୁ ଚରଣ ସ୍ୱାଇଁ,ରତ୍ନାକର ପ୍ରଧାନ,ଭବାନୀ ଶଙ୍କର ଆଚାର୍ଯ୍ୟ, ଅପରାଜିତା ପାତ୍ର, ଗୃହଲକ୍ଷ୍ମୀ ସାହୁ ସମେତ ସମସ୍ତ ଅଧ୍ୟାପକ /ଅଧ୍ୟାପିକା ଓ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବା ଅଧ୍ୟାପିକା ନୋଡାଲ ଅଫିସରଙ୍କୁ ଧନ୍ୟବାଦ ଦେଇଥିଲେ । ତତ ସହିତ ଉକ୍ତ କଲେଜ ପରିସର ରେ ୟାଇ ଆର ସି ଓ ଏନ.ଏସ.ଏସ ଆନୁକୂଲ୍ୟରେ ଭୋଟର୍ସ ଡେ ଅବସରରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.