କୋଦଳା,୧୮/୦୧(ପିପିଟି): ଗୁରୁବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ତତ୍ୱାବଧାନ ରେ “ନୁଆଁ ଓ ” କାର୍ଯ୍ୟକ୍ରମ ପକ୍ଷରୁ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା ପରିଷଦ ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରା ଅନୁଷ୍ଠାନିକ ଭାବେ ଉଦଘାଟନ କରି ଜଗନ୍ନାଥ ସଂସ୍କୃତି ଉପରେ ଯୁବ ମାନସ ରେ ପ୍ରଚାର ପ୍ରସାର କରିବା ନିମିତ୍ତ ସରକାରଙ୍କ ଏହି ମହାନ ଉଦ୍ଦେଶ୍ୟକୁ ପ୍ରଶଂସନୀୟ ବୋଲି କହିଥିଲେ ।କାର୍ଯ୍ୟକ୍ରମ ନୋଡାଲ ଅଫିସର ରଞ୍ଜୁବାଳା ନନ୍ଦ କାର୍ଯ୍ୟକ୍ରମର ରୂପରେଖ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଞ୍ଚଳର ଜଗନ୍ନାଥ ଗବେଷକ ଦୁର୍ଗା ପ୍ରସାଦ ଦାଶ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକ ପାତ କରିଥିଲେ । ଓଡ଼ିଆ ଭାଷା,ସାହିତ୍ୟଜ୍ଞାନ ଓ ପ୍ରତିଭା ର ବିକାଶ ଉଦ୍ଦେଶ୍ୟରେ ଦୀର୍ଘ ୫ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବକ୍ତୃତା, ଗଳ୍ପ କଥନ, ଓଡ଼ିଆ କବିତା ରଚନା, ଭଜନ,ଅନ୍ତାକ୍ଷରୀ,ପ୍ରବନ୍ଧ ଲିଖନ, କୁଇଜ, ବ୍ୟାକରଣ,ଖାଦ୍ୟ ପ୍ରସ୍ତୁତି, ଲୋକନୃତ୍ୟ ଓ ଚଳଚିତ୍ର ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନୋଡାଲ ଅଫିସର କହିଛନ୍ତି!ଆଜିର କାର୍ଯ୍ୟକ୍ରମ ରେ ଅଧ୍ୟାପକ ଡଃ ବିଷ୍ଣୁ ନାରାୟଣ ସେଠୀ,ସାଗର ଚାନ୍ଦ ପାତ୍ର,ବିନୋଦ କୁମାର ମିଶ୍ର,ପ୍ରଶାନ୍ତ କୁମାର ମହାପାତ୍ର,ଡଃ ଜ୍ୟୋଛନା ରାଣୀ ସାହୁ, ଅପରାଜିତା ପାତ୍ର, ସମେତ ସମସ୍ତ ଅଧ୍ୟାପକ /ଅଧ୍ୟାପିକା ଓ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)