ନିଷ୍ଟ ବିଶ୍ୱବିଦ୍ୟାଳୟରେ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଆଇସିଏଡିଏସ୍-୨୦୨୬ ଆନ୍ତର୍ଜାତିକ ସମ୍ମିଳନୀ ଉଦଯାପିତ ।

0 300

ବ୍ରହ୍ମପୁର,୧୩/୦୨(ପିପିଟି):ନିଷ୍ଟ ବିଶ୍ୱବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବିଚାରବିମର୍ଶ ପରେ ୧୩ ଫେବୃଆରୀ ୨୦୨୬ ରେ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି (ଆଇସିଏଡିଏସ୍-୨୦୨୬)ର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଶେଷ ହୋଇଯାଇଛି।

ଷ୍ଟିଫେନ୍ ହକିଂ ସିନେପ୍ଲେକ୍ସରେ ଆୟୋଜିତ ଏହି ସମ୍ମିଳନୀର ଦ୍ଵିତୀୟ ଦିବସ ରେ ନିଷ୍ଟ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡକ୍ଟର ସୁକାନ୍ତ କେ ମହାପାତ୍ର ଉଦ୍ଘାଟନୀ ଭାଷଣ ଏବଂ କୁଳପତି ଡ଼ଃ ପ୍ରିୟଦର୍ଶନ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଆର୍ମି ଏୟାର ଡିଫେନ୍ସ କଲେଜର କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ଆର ସି ଶ୍ରୀକାନ୍ତ, ଏଭିଏସ୍ଏମ୍, ଭିଏସ୍ଏମ ଙ୍କ ଦ୍ୱାରା ଅଭିଭାଷଣ ସହିତ ଦ୍ୱିତୀୟ ଦିନର କାର୍ୟ୍ୟ ଆରମ୍ଭ ହୋଇଥିଲା। ନିଷ୍ଟ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଓ ନେତୃତ୍ୱ ମଧ୍ୟ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ବେଙ୍ଗାଲୁରୁସ୍ଥିତ ସିଏସଆଇଆର-ଏନଏଏଲର ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ଡକ୍ଟର ବାଲାମତି ଚୌଧୁରୀ,ରମ୍ବସ୍ ପାବାର ଇଣ୍ଡିଆ ଲିମିଟେଡର ଅବସରପ୍ରାପ୍ତ ମେଜର ଗୋର୍କି ଚାନ୍ଦୋଲା, ତୁର୍କୀର କାପ୍ପାଡୋସିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଅଲି ୟୁସ ପ୍ରମୁଖ ଅଧିବେଶନରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଡିଆରଡିଓ ବେଙ୍ଗାଲୁରୁ ର ଏରୋନଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ବୈଜ୍ଞାନିକ ‘ଏଫ’ ବିଜୟ କୁମାର ସୂତ୍ରକାର ପ୍ରମୁଖ ଯୋଗ ଦେଇଥିଲେ । ଦ୍ୱିତୀୟ ଦିନରେ ପ୍ରତିରକ୍ଷା ଏବଂ ରଣନୈତିକ ପରିବେଶ ଉପରେ ସମାନ୍ତରାଳ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସ୍ୱତନ୍ତ୍ର ପ୍ରତିରକ୍ଷା ଡୋମେନ ଏବଂ ଭବିଷ୍ୟତ ପ୍ରସ୍ତୁତି,ସାଇବର ସୁରକ୍ଷା ଏବଂ ସୂଚନା ଯୁଦ୍ଧରେ ଭାଗ ନେଉଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆର୍ମି ଏୟାର ଡିଫେନ୍ସ କଲେଜ ଦ୍ୱାରା “ଆପଣଙ୍କ ସେନାକୁ ଜାଣନ୍ତୁ” ଉପକରଣ ପ୍ରଦର୍ଶନର ଆୟୋଜନ କରାୟାଇଥିଲା, ଯେଉଁଥିରେ ନିଷ୍ଟ ବିଶ୍ୱବିଦ୍ୟାଳୟ ଏବଂ ଏହାର ଆଖପାଖରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସମସ୍ତ ଉପସ୍ଥିତ ବ୍ୟକ୍ତି ଭାରତୀୟ ସେନାର ସାମରିକ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ସମ୍ମିଳନୀରେ ଆର୍ମି ଏୟାର ଡିଫେନ୍ସ କଲେଜର ସହୟୋଗରେ ନିଷ୍ଟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଭେଣ୍ଡର ପ୍ରଦର୍ଶନୀ ଏବଂ ବିଭିନ୍ନ ଅଭିନବ ବୈଷୟିକ ଉଦ୍ଭାବନ ମଧ୍ୟ ଦେଖିବାକୁ ମିଳିଥିଲା। ଶେଷ ଅଧିବେଶନରେ ମୁଖ୍ୟ ଅତିଥି ଆର୍ମି ଏୟାର ଡିଫେନ୍ସ କଲେଜର କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ଆର ସି ଶ୍ରୀକାନ୍ତ ସମସ୍ତ ଅଂଶଗ୍ରହଣକାରୀ ଏବଂ ଆର୍ମି ଏୟାର ଡିଫେନ୍ସ କଲେଜ ଓ ନିଷ୍ଟ ବିଶ୍ୱବିଦ୍ୟାଳୟର ଆୟୋଜକମାନଙ୍କୁ ଆଇସିଏଡିଏସ ୨୬ ର ସଫଳ ଆୟୋଜନ ପାଇଁ ଅଭିନନ୍ଦନ ଜଣାଇଥିଲେ। ନିଜର ଉଦୟାପନୀ ବକ୍ତବ୍ୟରେ ସେ ଗୁରୁତ୍ୱାରୋପ କରିଥିଲେ ଯେ ଏଭଳି ସାମରିକ-ଶିକ୍ଷାନୁଷ୍ଠାନ- ଶିଳ୍ପ ସମନ୍ୱୟ ରାଷ୍ଟ୍ରୀୟ ପ୍ରତିରକ୍ଷାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ ଏବଂ ଯୁବ ପ୍ରୟୁକ୍ତିବିଦମାନଙ୍କୁ ପ୍ରେରଣା ଦେବା ପାଇଁ ଏକ ଅନନ୍ୟ ମଞ୍ଚ ପ୍ରଦାନ କରିଥାଏ । ଆଇସିଏଡିଏସ-୨୦୨୬ ର ସଫଳ ଆୟୋଜନ ସମକାଳୀନ ବାୟୁ ପ୍ରତିରକ୍ଷା ଆହ୍ୱାନ ଏବଂ ଭବିଷ୍ୟତ ସୁରକ୍ଷା ଉପରେ ବିଚାରବିମର୍ଶ ପାଇଁ ଏକ ପ୍ରମୁଖ ମଞ୍ଚ ଭାବେ ଏହାର ଗୁରୁତ୍ୱକୁ ସୂଚାଇଥିଲା।

Leave A Reply

Your email address will not be published.