ବେଗୁନିଆପଡା,୩୦/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଫାସୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ ଏକଦିବସୀୟ ନିଶା ନିବାରଣ କର୍ମଶାଳା ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ,ଜୀବନ ଜ୍ୟୋତି ନିଶା ନିବାରଣ କେନ୍ଦ୍ର,ଖଲ୍ଲିକୋଟ,ଗଞ୍ଜାମ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଫାସୀ ଗ୍ରାମପଞ୍ଚାୟତ ସରପଞ୍ଚ ଟୁନୁ ମାଝୀ,ଫାସୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ICDS ଫାସୀ ସେକ୍ଟର ର ସମସ୍ତ ଅଙ୍ଗନବାଡ଼ି କର୍ମୀ, ସାମାଜିକ କର୍ମୀ ତଥା ଭଞ୍ଜ ସାହିତ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅଧ୍ୟାପକ ପଣ୍ଡିତ ଦୁର୍ଗା ପ୍ରସାଦ ଦାଶ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ପ୍ରିୟବ୍ରତ ରାଉତରାୟ ପରିଚାଳନା କରିଥିଲେ। ନିଶାର କରାଳ ବିଭୀଷିକା ଏବଂ ସମାଜ ଉପରେ ଏହାର ପ୍ରଭାବ ବିଷୟରେ ପଣ୍ଡିତ ଦୁର୍ଗା ପ୍ରସାଦ ଦାଶ ଗଭୀର ଆଲୋକପାତ କରିଥିବା ବେଳେ ଅନ୍ୟାନ୍ୟ ଅତିଥି ମାନେ ନିଶା ସେବନର କୁ ପରିଣାମ ଓ ନିଶା ମୁକ୍ତ ସମାଜ ଗଠନ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ପ୍ରାଚୀନ ଲୋକକଳା ଦାସକାଠିଆ ମାଧ୍ୟମରେ ଗାୟକ ପଣ୍ଡିତ ଦୁର୍ଗା ପ୍ରସାଦ ଦାଶ ଉପସ୍ଥିତ ଜନସାଧାରଣଙ୍କ ସମ୍ମୁଖରେ ନିଶା ନିବାରଣ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ଆଗକୁ ଏଭଳି ଆହୁରି ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ଜୀବନ ଜ୍ୟୋତି ନିଶା ନିବାରଣ କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହେବ ବୋଲିି ସାମାଜିକ କର୍ମୀ ପ୍ରିୟବ୍ରତ ରାଉତରାୟ ଘୋଷଣା କରିଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)