ନିଶାଦ୍ରବ୍ୟ ପରେ ଏବେ ମାଦକ ଦ୍ରବ୍ୟ କାରବାର ଉପରେ ରୋକ ।

0 280

ଭଞ୍ଜନଗର, ୨୫/୦୮(ପିପିଟି):ଭଞ୍ଜନଗର ଅଞ୍ଚଳରେ ନିଶା କାରବାର ରୋକିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ଜାରି ରହିଛି।ସେହିପରି ଦୁର୍ଘଟଣା ହାର କମାଇବା ପାଇଁ ପୋଲିସ ପକ୍ଷରୁ ନିଶା ସେବନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ପ୍ରତି ମଧ୍ୟ ରୀତିମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବେଆଇନ ମଦ ଓ ନିଶାଦ୍ରବ୍ୟ ବିକ୍ରୀ କରୁଥିବା ବ୍ୟବସାୟୀମାନେ ମଧ୍ୟ ପୋଲିସ ନଜରରେ ରହିଛନ୍ତି।ଯାହା ଫଳରେ ସହରରେ ନିଶାଦ୍ରବ୍ୟ ବିକ୍ରୀ ବହୁତ ପରିମାଣରେ ହ୍ରାସ ପାଇଛି।ହେଲେ ବର୍ତ୍ତମାନ ଗୁଟକା ଓ ମାଦକ ଦ୍ରବ୍ୟ ସେବନ କରି ବହୁ ଛାତ୍ର ଓ ଯୁବକ କ୍ୟାନସର ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି।ଏହାକୁ ଦୃଷ୍ଟିରେ ରଖି ଏସବୁ ଦ୍ରବ୍ୟ ବିକ୍ରୀ କରୁଥିବା ବ୍ୟବସାୟୀମାନେ ମଧ୍ୟ ଆଜି ଏଥିରୁ ନିସ୍ତାର ପାଇ ନାହାନ୍ତି। ପୋଲିସ, ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।ସ୍କୁଲ ଓ କଲେଜ ଠାରୁ ଶହେ ମିଟର ପରିଧିରେ ଥିବା ଦୋକାନ ଗୁଡ଼ିକରେ ଯାଞ୍ଚ କରି ସେଠାରୁ ଗୁଟକା ଓ ମାଦକ ଦ୍ରବ୍ୟ କୁ ଜବତ କରି ଅର୍ଥଦଣ୍ଡ ସହ ବ୍ୟବସାୟୀଙ୍କୁ ତାଗିଦ କରାଯାଇଛି।ଏଥିସହ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ ବସ ଷ୍ଟାଣ୍ଡରେ ଥିବା ମୋଟ ୧୮ଟି ଦୋକାନ ଉପରେ ଚଢ଼ାଉ କରି ପ୍ରାୟ ୩ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଜଣାପଡ଼ିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.