କୋଦଳା,୨୫/୧୧(ପିପିଟି): ଦିବା ୧ ଘଟିକା ସମୟରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଜୀବନ ଜ୍ୟୋତି ନିଶା ମୁକ୍ତ କେନ୍ଦ୍ର,ଭୈରବୀ କ୍ଲବ, ଖୋର୍ଦ୍ଧା ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଦାସକାଠିଆ ମାଧ୍ୟମରେ ଗାୟକ ଦୁର୍ଗାପ୍ରସାଦ ଦାଶ ଓ ବାୟକ ବିଭୁତି ଭୂଷଣ ସାହୁ ମଞ୍ଚ ସଂଚାଳନ କରି ନିଶାମୁକ୍ତ ଜୀବନ ଓ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଆଜିର କାର୍ଯ୍ୟକ୍ରମରେ ଜୀବନ ଜ୍ୟୋତି ନିଶା ମୁକ୍ତ କେନ୍ଦ୍ର ଭୈରବୀ କ୍ଲବ ଖଲିକୋଟର ପ୍ରକଳ୍ପ ସଂଯୋଜକ ପ୍ରିୟବ୍ରତ ରାଉତରାୟ,ସାମାଜିକ କର୍ମୀ ଦେଵୀ ପ୍ରସାଦ ସେଠୀ ଓ ସୁମନ ବଡତ୍ୟା ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଏକାଡେମିକ ବର୍ଷର ବିନୋଦ କୁମାର ମିଶ୍ର, ପ୍ରଶାସନିକ ଅଧିକାରୀ ରଂଜୁବାଳା ନନ୍ଦ ଓ ଅନ୍ତର୍ନିହିତ ଗୁଣାବଳୀ ସଂଯୋଜକ ସପନ କୁମାର ଦାଶ ସମେତ ଅନେକ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇଥିଲେ । ବହୁ ଛାତ୍ର ଛାତ୍ରୀ ଯୋଗଦେଇ ଏ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)