ନିର୍ବାଚନ ଉପଲକ୍ଷେ ତାଲିମ ଶିବିର ।

0 299

ଭଞ୍ଜନଗର,୦୧/୦୨(ପିପିଟି):ସାଧାରଣ ନିର୍ବାଚନ -୨୦୧୪ ଦୃଷ୍ଟି ରେ ରଖି ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଗୁରୁବାରଦିନ ୧୨୩-ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମଧ୍ୟରେ ତାଲିମ ଶିବିର ଉପ-ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟଜୋନ କରାଯାଇଥିଲା,ଏହି ତାଲିମ ଶିବିରରେ ଉପ-ଜିଲ୍ଲାପାଳ,ଭଞ୍ଜନଗର ଅନିଲ କୁମାର ସେଠୀ, ଅତିରିକ୍ତ ଉପ-ଜିଲ୍ଲାପାଳ ବିଶ୍ବରଞ୍ଜନ କର, ବିଶ୍ଵାମିତ୍ର ହରପାଲ, ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ, ଉମା ଶଙ୍କର ବେହେରା, ତହସିଲଦାର,ଭ଼ଞ୍ଜନଗର, କଳାକୃଷ୍ଣ ପ୍ରଧାନ, ତହସିଲଦାର ବେଲଗୁଣ୍ଠା, ଦିପ୍ତିମଣୀ ପ୍ରଧାନ ,ଅତିରିକ୍ତ ଜିଲ୍ଲାପାଳ ଏବଂ ଶ୍ରୀରାମଚନ୍ଦ୍ର ମହାପାତ୍ର, ସହକାରୀ ଜିଲ୍ଲାପାଳ ଉକ୍ତ ତାଲିମ ସିବିରରେ ୧୨୩-ଭଞ୍ଜନଗରର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ, ଏବଂ ଏହି ତାଲିମ ୩ ଦିନ ପର୍ଯ୍ୟନ୍ତ ଆୟୋଜନ ହୋଇଛି, ଯଥା ୦୧.୦୨.୨୦୨୪(୧୨୩-ଭଞ୍ଜନଗର ନିର୍ବାଚନ ମଣ୍ଡଳୀ), ତା ୦୨.୦୨.୨୦୨୪ (୧୨୮-ଆସ୍କା ନିର୍ବାଚନ ମଣ୍ଡଳୀ) ଏବଂ ଶେଷ ଦିନ ତା ୦୩.୦୨.୨୦୨୪ ( ୧୨୯-ସୋରଡା ନିର୍ବାଚନ ମଣ୍ଡଳୀ) ପାଇଁ ଆୟଜୋନ ହୋଇଛି, ଏହି ତାଲିମ ଶିବିରରେ ଅନିଲ କୁମାର ସେଠୀ, ଉପ-ଜିଲ୍ଲାପାଳ,ଭଞ୍ଜନଗର ସମସ୍ତ ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମାନଙ୍କୁ ସୁଚାର ରୁପରେ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ ।

Leave A Reply

Your email address will not be published.