ନିର୍ବାଚନ ଆଚରଣବିଧି ଲାଗୁ ପରେ: ହଟିଲା ସରକାରୀ ହୋର୍ଡିଂ ।

0 306

ବେଲଗୁଣ୍ଠା ,୧୫/୦୩(ପିପିଟି):ଆସନ୍ତା ମଈ ଓ ଜୁନ୍ ମାସରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲିଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି ।ଏହି ଅବସରରେ ବିଭିନ୍ନ ସରକାରୀ ବିଜ୍ଞାପନ, ହୋର୍ଡିଂ, ସରକାରୀ ଯୋଜନା ପ୍ରଚାର ଓ ପ୍ରସାର କରାଯାଇପାରିବ ନାହିଁ ବୋଲି ନିର୍ବାଚନ କମିସନର ନିର୍ଦ୍ଦେଶ ଦେଇଛନ୍ତି ।ଏ ନେଇ ଆଜି ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ଵରେ ବେଲଗୁଣ୍ଠା ସହର,ତନରଡା ଏବଂ ଅନ୍ୟ ସ୍ଥାନରେ ଲାଗିଥିବା ବିଭିନ୍ନ ସରକାରୀ ବିଜ୍ଞାପନ ହଟାଇଥିବା ଜଣାପଡିଛି ।ଆଜି ବେଲଗୁଣ୍ଠା ଥାନାଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ସେକେଣ୍ଡ ଅଫିସର ଅଭୟ ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ, ତହସିଲ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପ୍ରାୟ ୧୦ ରୁ ୧୫ ବିଜ୍ଞାପନ ଗୁଡିକୁ ହଟାଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ବିଭିନ୍ନ ଦିଗ ଉପରେ ତୀକ୍ଷ୍ମ ଦୃଷ୍ଟି ରହିଛି ବୋଲି ଥାନାଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.