ନିର୍ବାଚନରେ ପରାଜିତ ହେବାର ଗ୍ଲାନିକୁ ଭୁଲି ପୁଣି ସଙ୍ଗଠିତ ହେଉଛି ସୁକିନ୍ଦା ବିଜେଡି : ପୁର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।
ଯାଜପୁର,୨୬/୧୧: ନିର୍ବାଚନରେ ପରାଜିତ ହେବାର ଗ୍ଲାନିକୁ ଭୁଲି ପୁଣି ସଙ୍ଗଠିତ ହେଉଛି ସୁକିନ୍ଦା ବିଜେଡି । ବିଜେପିର ଆକ୍ରୋଶକୁ ନୀରବରେ ସହୁଥିବା ବିଜେଡି ସଙ୍ଗଠିତ ହୋଇ ଆଗକୁ ନିଜର ଦାମ୍ଭିକତା ଯେ ଦେଖାଇବାକୁ ମାନସିକ ଭାବେ ପ୍ରସ୍ତୁତ ହେଉଛି ତାର ଆଭାଷ ଦେଖିବାକୁ ମିଳିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ । ନୀରବତା ଭାଙ୍ଗି ବିଜେଡି ନେତୃ ମଣ୍ଡଳୀ ଏବେ ସଙ୍ଗଠନ ସଜାଡ଼ିବାକୁ ପ୍ରାଥମିକତା ଦେଉଛନ୍ତି । ଆଉ ସବୁର ନେତୃତ୍ୱ ନେଉଛନ୍ତି ଚର୍ଚ୍ଚିତ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ବିଜୁ ଜନତା ଦଳର ସଦସ୍ଯତା ସୁଦୃଢ କରିବା ଏବଂ ଦଳୀୟ କର୍ମୀଙ୍କୁ ସକ୍ରିୟ ରଖିବା ପାଇଁ ସୁକିନ୍ଦା ବ୍ଲକ ବିଜୁ ଯୁବ ଜନତା ଦଳର ଯୁବ ନେତୃତ୍ୱ ମାନଙ୍କୁ ନେଇ ଦାନଗଦୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳା । ଏହି କର୍ମଶାଳାରେ ନବୀନ ବାବୁଙ୍କ ନୂଆ ଓଡିଶା ଗଠନ ସଂକଳ୍ପକୁ ପୁରା କରିବା ପାଇଁ ସମସ୍ତ ଯୁବ କର୍ମୀମାନଙ୍କ ମଧ୍ୟରେ ଆଲୋଚନା ହୋଇଛି । ସମସ୍ତେ ଦଳକୁ ସଙ୍ଗଠିତ କରିବାକୁ ପ୍ରତିଶୃତି ଦେଇଛନ୍ତି ।