ନିର୍ଦ୍ଦୋଷରେ ଖଲାସ ହେଲେ ବିକ୍ରମ ମଲ୍ଲିକ।

0 356

ଭଞ୍ଜନଗର୨୫/୧୦(ପିପିଟି):ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାର କୁଖ୍ୟାତ ଅପରାଧି ବିକ୍ରମ ମଲ୍ଲିକ ପୁଣି ଆଉ ଏକ ହତ୍ୟାକାଣ୍ଡରେ ନିର୍ଦ୍ଦୋଷରେ ଖଲାସ ହୋଇଛି। ଗତ ୧୮ ଜୁନ ୨୦୦୮ ମସିହାରେ ଭଞ୍ଜନଗର ଥାନା ସମ୍ମୁଖରେ ଗୁଳିମାଡରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ବିପିନ ଭୋଳ ନାମକ ଜଣେ ବ୍ଯକ୍ତିର ମୃତ ଘଟିଥିବା ବେଳେ ଏଥିରେ ଅଭିଯୁକ୍ତ ଥିବା ବିକ୍ରମ ମଲ୍ଲିକ ବିରୁଦ୍ଧରେ ଆଜି ଦଶ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ଭଞ୍ଜନଗର ଜିଲ୍ଲା ଦୌରାଜଜ ସାକ୍ଷ ଗ୍ରହଣ କରିଥିଲେ।ହେଲେ ଉପଯୁକ୍ତ ପ୍ରମାଣ ଅଭାବରୁ ବିକ୍ରମ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି। ଏଥିପୂର୍ବରୁ ଭୁବନେଶ୍ୱର ଠାରେ ମଧ୍ୟ ଏକ ହତ୍ୟା ମାମଲାରେ ବିକ୍ରମ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.