***ନିରବ ଝଡ଼***

0 54

ଓଠ ସିନା ଗୋରୀ କହେ ନାହିଁ କଥା
ନିରବ ନିଶବ୍ଦ ଭାବ….
ମନଟା ତୁମକୁ ମରୁଥାଏ ଝୁରି
ନିରବେ କଲ୍ଲୋଳ ରାବ…!!
ତୁମକୁ ଦେଖିଲା ପରେ ହୃଦୟରେ
ବହୁଛି ନିରବ ଝଡ଼….
ତୁମେ ଯଦି ଗୋରୀ ହସି ଦେବ ଚାହିଁ
ଫୁଟି ଯିବ ଫୁଲ କଢ….!!
ତୁମେ କେବେ କେବେ କଣେଇ ଚାହିଁଲେ
ପ୍ରେମର ଫସଲ ଫଳେ….
ଜୀବନ ମରୁରେ ଅମୃତ ବରଷେ
ଅପାର ଆନନ୍ଦ ମିଳେ….!!
ଶୟନେ ସପନେ ଅବା ଜାଗରଣେ
ତୁମ ଛବି ନାଚୁ ଥାଏ…..
ପ୍ରତି ବ୍ଲକରେ ତୁମ କଥା ଭାବି
ସବୁ କାମ ଭୁଲି ଯାଏ….!!
କହିବି କହିବି ବୋଲି ଭାବି ଭାବି
କହିବାକୁ ଡରୁ ଥାଏ….
ପାଖରେ ଦେଖିଲେ ଲାଜକୁଳୀ ଲତା
ପ୍ରାୟେ ମୁଁ ଝାଉଁଳି ଯାଏ…!!
ବିରହ ବିଦଗ୍ଧ ଅନଳେ ସୁନ୍ଦରୀ
ନିରବରେ ଜଳୁଥାଏ….
ଚିଠି ଲେଖି ଲେଖି ହେଲାଣି ପାହାଡ
ଦେବା ପାଇଁ ସଙ୍କି ଯାଏ…!!
ହେ ମୋର ମାନସୀ ମାନସିକ ରୋଗେ
ନିରବେ ମୁଁ ଶଯ୍ୟାଶାୟୀ…..
ଭଲପାଇବାର ଭୋଗୁଛି ଯାତନା
କାହାକୁ ପାରେ ନା କହି….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.