***ନିରବ ଝଡ଼***

0 74

କୁଆଡୁ ଆସିଲା ଯୌବନ ଝଡ଼
ଦେହରେ ହୋଇଲା ପିଟି….
ମନ ଘର ମୋର ଦୋହଲି ପଡୁଛି
ହୃଦୟ ଯାଉଛି ଫାଟି…!!
କାହାକୁ ଖୋଜୁଛି ଆଜି ନିରବରେ
ଖୋଲୁ ନାହିଁ ଜମା ପାଟି…
ସୁନ୍ଦରୀ ତରୁଣୀ ଠାରେ ଆଖି ଲାଖେ
ପାଦେ ପାଦେ ପଡେ ଝୁଣ୍ଟି….!!
ସପନଟା ଏବେ କରେ ଛଟପଟ
ଭାବେ ମୁଁ ଶେଯରୁ ଉଠି….
ରାତିଟା ହେଲାଣି ଚଳଚ୍ଚିତ୍ର ଛବି
ହୁଏ ଖାଲି ଛାଟିପିଟି….!!
ତୁମ ଦରଶନେ ଦିବସ କଟଇ
ଆତୁରେ ଯାଏ ମୁଁ ଭେଟି….
ରୂପ ରାଇଜର ରାଜକୁମାର ମୁଁ
ଡାକି ଡାକି ଶୁଖେଇ ତଣ୍ଟି….!!
ଏତେ ଭଲ ପାଏ ତୁମକୁ ସୁନ୍ଦରୀ
କେଉଁଠି ରହିଲା ତୃଟି….
ବିରହ ପ୍ରେମିକ ବିରହ ଜ୍ୱାଳାରେ
ଝୁରେ କପାଳକୁ ପିଟି….!!
ଆସ ଗୋ ସୁନ୍ଦରୀ ଆସ ମୋ ନୀଡ଼କୁ
ଛଣ୍ଡାଇଣ ଅଠାକାଠି….
ବସନ୍ତ ଶାଖାର ଫୁଲ ଝୁଲଣାରେ
ସୁଖେ ଦିନ ଦେବା କାଟି….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.