ନିଆରା ନେତା ପ୍ରିତୀ ରଞ୍ଜନ,ଶବାଧାର ଠୁ ସ୍ମଶାନରେ ପର୍ଯ୍ୟନ୍ତ ସବୁଠି ସାମିଲ ।

0 195

ଯାଜପୁର,୦୭/୦୮(ପିପିଟି):ନିଜ ପରିବାର ଲୋକଭଳି ମୃତକଙ୍କ ଶବାଧାର ସହିତ ସ୍ମଶାନ ଯାଇ ସେଠାରେ ଶେଷକୃତ୍ୟରେ ସାମିଲ ହେଲେ ନିଆରା ନେତା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ସାରଙ୍ଗପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ସାହୁଙ୍କ ଭାଇ ଭରତ ଚନ୍ଦ୍ର ସାହୁଙ୍କର ଆଜି ଦେହାନ୍ତ ହୋଇଥିଲା । ଏହି ଖବର ପାଇ ତୁରନ୍ତ ତାଙ୍କ ବାସଭବନରେ ପହଞ୍ଚିଥିଲେ ପୂର୍ବତନ ମନ୍ତ୍ରୀ । ସେଠାରେ ତାଙ୍କ ଶେଷ ଦର୍ଶନ କରିବା ସହିତ ପରିବାର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ସାହି, ପଡିଶା ଓ ପରିବାର ଲୋକ ମୃତଦେହ ସ୍ମଶାନ ନେବାକୁ ବ୍ୟବସ୍ଥା କରୁଥିଲା ବେଳେ ଇଂ ଘଡାଇ ସେଠାରେ ଉପସ୍ଥିତ ରହିଥିଲେ । ଏହା ପରେ ଭରତଙ୍କ ଶବାଧାର ସ୍ମଶାନ ବାହାରିଥିଲା ଶେଷକୃତ୍ୟ ପାଇଁ । ଆଉ ଶବାଧାର ଆଗରେ ଚାଲିଥିଲେ ଇଂ ପ୍ରୀତିରଞ୍ଜନ । ନିଜ ପରିବାରର ସଦସ୍ୟଙ୍କ ପରି । ସ୍ମଶାନ ଯାଇ ସେଠାରେ ଶେଷକୃତ୍ୟରେ ମଧ୍ୟ ସାମିଲ ହୋଇଥିଲେ ଇଂ ଘଡାଇ । ଏହା ପରେ ସେ ଫେରିଥିଲେ । ଏହି ଘଟଣା ଆଜି ବେଶ ଚର୍ଚ୍ଚାର ବିଷୟ ହୋଇଛି ସ୍ଥାନୀୟ ଅଞ୍ଚଳରେ । ନିଜ ଅଞ୍ଚଳ, ନିଜ ଲୋକଙ୍କ ପାଇଁ ସେ କେତେ ସମର୍ପିତ ତାହା ଆଜି ପୁଣି ପ୍ରମାଣିତ କରିଛନ୍ତି ଇଂ ଘଡାଇ ।

Leave A Reply

Your email address will not be published.