ଭଞ୍ଜନଗର, ୨୮/୦୪(ପିପିଟି) : ନିଜ ଜନ୍ମଦିନକୁ ଆଜିକାଲି ଲୋକମାନେ ବେଶ ଧୁମଧାମରେ ଭୋଜିଭାତ କରି କେକ କାଟି ପାଳନ କରନ୍ତି। କିନ୍ତୁ ନିଜ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ଅଧିକ ସ୍ମରଣୀୟ କରିବା ପାଇଁ ସମାଜ ସେବାରେ ନୟୋଜିତ ଥିବା ଜଣେ ସମାଜସେବୀ ହେଉଛନ୍ତି ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ଡ଼ିଅରଡିଏ ସାଂସଦ ପ୍ରତିନିଧି ଶିବରାମ ପ୍ରଧାନ। ନିଜ ଜନ୍ମଦିନରେ ସେ ବିପଦର ବନ୍ଧୁ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ମାନଙ୍କ ଦ୍ୱାରା କୁଲାଡ଼ ପଞ୍ଚାୟତର ଚଣ୍ଡୀ ପାଟଣା, ଗଜାପଦର, ନୀଳାଦ୍ରି ପୁର ହରିଜନ ସାହିରେ ପିଲାମାନଙ୍କୁ ପାଠ୍ୟ ଉପକରଣ, ଶୁଖିଲା ଖାଦ୍ୟ ଦେବା ସହ ଚଣ୍ଡୀପାଟଣାର ବାପ ଛେଉଣ୍ଡ ୪ ଅନାଥ ଶିଶୁ ମାନଙ୍କୁ ଚାଉଳ ଓ ବସ୍ତ୍ର ପ୍ରଦାନ କରିଛନ୍ତି। ଶିବରାମ ଜଣେ ବରିଷ୍ଠ ଆମାଜସେବୀ ଭାବେ ଭଞ୍ଜନଗର ଆଞ୍ଚଳ ରେ ବେଶ ଜଣାଶୁଣା।ତାଙ୍କର ଏପରି ସାହାଯ୍ୟ ମନୋବୃତ୍ତି କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)