ନିଆଁ ଲାଗି ଘର ପୋଡ଼ି ପାଉଁଶ ।

0 282

ସିମୁଳିଆ,୦୨/୦୧:ଗୁହାଳ ଘର ଧୂଆଁରେ ନିଆଁ ଲାଗି ବିଳମ୍ବିତ ରାତିରେ ଘର ପୋଡି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବଙ୍ଗାଳପୁର ପଞ୍ଚାୟତର ଇଶାଣ ଗ୍ରାମର ବିରେନ ମଲ୍ଲିକ ବୁଧୁବାର ରାତିରେ ଗୋରୁ ଗୁହାଳରେ ମଶାଙ୍କ ନିମନ୍ତେ ଧୂଆଁଦେଇ ଶୋଇଯାଇଥିଲେ । ବିଳମ୍ବିତ ରାତିରେ ନିଆଁ ଲାଗି ଘର ଜଳିବାକୁ ଲାଗିଥିଲା । ଜୀବନ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ । ଅଳ୍ପକେ ପରିବାରଙ୍କ ଜୀବନ ବଞ୍ଚି ଯାଇଥିଲା । ମାତ୍ର ଅଗ୍ନିକାଣ୍ଡରେ ୪ବଖରା ଘର ପୋଡି ପାଉଁଶ ହୋଇଯାଇଛି। ସେଥିରେ ଥିବା ୧୫ବସ୍ତା ଧାନ,୬ବସ୍ତା ଚାଉଳ,୨ଟି ସାଇକେଲ ସମେତ ଲୁଗାପଟା ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ସବୁ ପୋଡ଼ି ପାଉଁଶ ହୋଇଯାଇଛି । ବିରେନ ଭୂମିହୀନ ଦିନ ମଜୁରିଆ ହୋଇଥିବାରୁ ତୁରନ୍ତ ତାକୁ ସରକାରୀ ସହାୟତା ସହ ଆବାସ ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.