ନାହିଁ ନାହିଁ ରେ ମା’ବୁଢୀଦେଇ ପାଟବନ୍ଧ ଜଳ ପ୍ରକଳ୍ପ।

0 266

ବୋଲଗଡ଼,୧୯/୦୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ପାଟବନ୍ଧ ଗ୍ରାମରେ ଥିବା ମା’ବୁଢୀଦେଇ ପାଟବନ୍ଧ ଜଳପ୍ରକଳ୍ପ ଆଜକୁ ଦୀର୍ଘ ତିରିଶି ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲେ ମଧ୍ୟ ସାଗରଗୁଆଁ ପଞ୍ଚାୟତର ଗୋଡି଼ଆଳି, ପୋଡ଼ପାଟଣା, ଜରିପଡା,ପାଟବନ୍ଧ ,କୃଷ୍ଣପୁରୁ, ବେଣାଗାଡି଼ଆ ପାଟଣା ଓ ଢୋଲପଥର ପ୍ରଭୃତି ଅଞ୍ଚଳର ଚାଷୀମାନେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ପାଇଲେ ନାହିଁ। ପାଣି ପଞ୍ଚାୟତ ସପ୍ତାହ ରାଜ୍ୟ ସାରା ରାଜ୍ୟ ସରକାରଙ୍କ ଦ୍ବାରା ବହୁ ଆଡମ୍ବରରେ ପାଳିତ ହେଉଥିବା ବେଳେ ପାଟବନ୍ଧ ପାଣି ପଞ୍ଚାୟତର ଅବସ୍ଥା ଖଜୁରି ଗଛର ମୂଳରୁ ପାହଚ ପାହାଚ ଭଳି। ଯେଉଁ ଡ୍ୟାମ୍ ରୁ ଚାଷୀ ମାନେ ଧାନ ଫସଲ ଓ ରବି ଫସଲ କୁ ପାଣି ନେଇ ପାରନ୍ତି ନାହିଁ। ଯେଉଁ ଡ୍ୟାମର ମଧ୍ୟ ଭାଗରେ ଅନେକ ମାଟିର କୁଦ ଥିବାରୁ ଜଳ ସେଚିତ ହୋଇ ପାରେ ନାହିଁ। ଯେଉଁଠି ଡ୍ୟାମ୍ ର ଚାଷୀମାନେ ଟୋପାଏ ପାଣି ରବି ଫସଲକୁ ପାଇ ପାରନ୍ତି ନାହିଁ। ଜେଉଁ ଡ୍ୟାମ୍ ର କେନାଲ ଗୁଡିକରେ ପାଣି ଯାଇନାହିଁ, ଅର୍ଥାତ୍ ବାଟସାରା ଗଳିଆ ପଡିଛି,ସୋଠ ନାହିଁ କି ଦୁଇପଟେ ରାସ୍ତା ନାହିଁ। କେନାଲର ଉଭୟ ପାର୍ଶ୍ବରେ ଅନାବନା ଗଛ ସୃଷ୍ଟି ହୋଇଛି। ଯେଉଁ ପାଣି ପଞ୍ଚାୟତର ୨୦୧୮ମସିହାରୁ ସଂଘ ନାହିଁ କି କମିଟି ନାହିଁ। ମାତ୍ର ଜଣେ ସଭାପତି ନାମକୁ ମାତ୍ର ଚାବି ରଖିଛନ୍ତି। ଯେଉଁଠି ଅଫିସର ମାନଙ୍କର ତାଳଠାରୁ ଉପର ପର୍ଯ୍ୟନ୍ତ ବର୍ଷକୁ ଥରେ ଦୁଇଥର ପାଦ ପଡେ କି ନାହିଁ ,ନିକଟ ଅତୀତରେ ପାଟବନ୍ଧ ଡ୍ୟାମ୍ ନିକଟରେ ପାଣି ପଞ୍ଚାୟତ ପକ୍ଷ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା। ଜନ ସାଧାରଣଙ୍କର ବ୍ୟାପକ ଅସନ୍ତୋଷ ଓ ପ୍ରସ୍ନବାଣରେ ଜର୍ଜରିତ ହୋଇ ବିଭାଗୀୟ ଅଧିକାରୀ ମାନେ ଓ ଜନ ପ୍ରତିନିଧି ମାନେ ପନ୍ଦର ଦିନ ମଧ୍ୟରେ ସମସ୍ତ ଅଭିଯୋଗ ଫଇସଲା କରିବା ପାଇଁ ବଜ୍ର କଣ୍ଠରେ ଦୃଢୋକ୍ତି ପ୍ରକାଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାର ସୁରାକ ମିଳିନାହିଁ। ଫଳରେ ଏ ଅଞ୍ଚଳରେ ବିରାଟ ଜନ ବିକ୍ଷୋଭ ଓ ଚାଷୀ ମେଳିକୁ ଭବିଷ୍ୟତରେ ଏଡାଇ ଦିଆଯାଇନପାରେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.