ନାରୀମାନେ ସମାଜ ପାଇଁ ପ୍ରେରଣାଦାୟୀ ।

0 256

ଭଞ୍ଜନଗର, ୨୩/୦୩(ପିପିଟି) : ଆଜିର ଯୁଗରେ ନାରୀ ମାନେ କୋୖଣସି କ୍ଷେତ୍ରରେ କମ୍ ନୁହଁନ୍ତି। ନାରୀହିଁ ସୃଷ୍ଟି କାରିଣୀ ଏବଂ ନାରୀର ଭୂମିକା ସମାଜରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସମସ୍ତେ ହୃଦୟଙ୍ଗମ କରିବା ଉଚିତ୍। କନ୍ୟା ଶିଶୁ ଟିଏ ଜନ୍ମହେଲେ ସମସ୍ତେ ଗର୍ବ କରିବା‌ ଉଚିତ ବୋଲି ଘୁମୁସର ଲେଖିକା ସଂସଦ ତରଫରୁ ଭଞ୍ଜନଗର ସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟାବିହାର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ କହିଥିଲେ।ଏହି ଅବସରରେ ମହିଳା ଓ ବାଳିକା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେଥି ମଧ୍ୟରେ କନିଷ୍ଠ ବର୍ଗ ଏବଂ ବରିଷ୍ଠବର୍ଗ ବାଳିକାମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ବକ୍ତୃତା,ଯୋଗାସନ ଆଦି ପ୍ରତିଯୋଗିତା ଏବଂ ମହିଳାଙ୍କ ମଧ୍ୟରେ ରଙ୍ଗୋଲି, ହୁଳହୁଳି, ପାରମ୍ପରିକ ପିଠା, ପ୍ରହେଳିକା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ଡ଼ଃ ନଳୀନୀପ୍ରଭା ଦାସ ଏବଂ ଗୀତାଶ୍ରୀ ସାମନ୍ତ, ଦୀପ୍ତାଂଶୁ ପ୍ରଭା ଦେବୀ, ସାଂଗଠନିକ ସଂପାଦିକା ଡାକ୍ତର ଗାୟତ୍ରୀ ସାହୁ, ରଜନୀ ରାଣୀ ସେଠୀ, ମାନସି ସ୍ବାଇଁ , ଉଷ୍ମିତା ମଞ୍ଜରୀ ଦାଶ, ସୁଜାତା ସିଂ,‌ ଶୁଭସ୍ମିତା ଦାଶ ଆଦି ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଚାରକ ଭାବେ ନେତାଜୀ ବିଷୋୟୀ, ବାଳକୃଷ୍ଣ ପଟ୍ଟନାୟକ, ଦୀପ୍ତିରଞ୍ଜନ ପଟ୍ଟନାୟକ,ବାସନ୍ତୀ ପାଣିଗ୍ରାହୀ ଆଦି ସହଯୋଗ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

(ରିପୋର୍ଟ-ଜେ କେ ପଟ୍ଟନାୟକ)

Leave A Reply

Your email address will not be published.