କୋଦଳା,୦୫/୦୬(ପିପିଟି): କୋଦଳା ଥାନା ନାୟିକାଣୀପଲିରେ ଏକ ଦୁଖଦଃ ଘଟଣା ଘଟିଯାଇଛି । ବୁଧବାର ବିଳମ୍ବିତ ରାତ୍ର ରେ ନାତିର ଠେଙ୍ଗାମାଡ଼ରେ ଜେଜେ ମା ର ମୃତ୍ୟୁ ଘଟିଥିବା ବେଳେ ବଡବାପା ଓ ବଡ଼ ମା ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ନାୟିକାଣୀପଲି ମାଗୁରା ସାହି ରେ ଚିତ୍ରସେନ ସ୍ୱାଇଁ ନିଜର ସ୍ତ୍ରୀ ସୁମତି ଏବଂ ଗୋଟିଏ ଝିଅ ଓ ପୁଅ କୁ ନେଇ ରହୁଥିବା ବେଳେ ଚିତ୍ରସେନ ବହୁ ସମୟ ପାଗଳ ଭଳି ବ୍ୟବହାର କରି ବିଭିନ୍ନ ପ୍ରକାର ଘଟଣା ଘଟାଉ ଥିଲେ,ଏମିତି କି ବାହାର ଲୋକଙ୍କୁ ମାରଧର କରିବା ସହିତ ଗାଡି ସାଇକେଲ ମଧ୍ୟ ଭଙ୍ଗାରୁଜା କରୁଥିଲେ । କିଛିଦିନ ପୂର୍ବେ ପୋଲିସ ଥାନା ରେ ଅଟକ ଥିଲେ !ବୁଧବାର ରାତ୍ର ୧୧ ଘଣ୍ଟ ସମୟରେ ନିଜ ସ୍ତ୍ରୀ କୁ ଏକ କାଠ ଫାଳିଆରେ ଚିତ୍ର ମାରୁଥିବା ବେଳେ କୌଶଳ କ୍ରମେ ସ୍ତ୍ରୀ ସୁମତି ଘରୁ ବାହାରକୁ ପଳାଇ ଆସିଥିଲେ କିନ୍ତୁ ଦୁଇ ପୁଅ ଝିଅ ଘର ମଧ୍ୟରେ ରହିଯିବାରୁ ଜେଜେମା ଅନି ସ୍ୱାଇଁ (୮୫)ଙ୍କୁ ନିଜ ପିଲାଙ୍କୁ ଆଣିବା ପାଇଁ ଘର ଭିତରକୁ ପଠାଇଥିଲେ, ରାଗରେ ଥିବା ପାଗଳପ୍ରାୟ ନାତି ଜେଜେମା କୁ ବି ଛାଡିନଥିଲେ,କାଠଫାଳିଆରେ ମାରି ମାରି ମଧ୍ୟ ରାସ୍ତାପର୍ଯ୍ୟନ୍ତ ଆଣି ମୁର୍ମୁଷୁ ଅବସ୍ଥାରେ ପକାଇ ଦେଇଥିଲେ, ପାଟି ଶୁଣି ବଡବାପା ଦିବାନ ସ୍ୱାଇଁ ଏବଂ ବଡ଼ମା ସୁରି ସ୍ୱାଇଁ ଦୌଡ଼ି ଆସି ମା କୁ ବଞ୍ଚାଇବାକୁ ଚେଷ୍ଟା କଲା ସମୟ ରେ ଏମାନେ ଭି ସେଥିରୁ ନିସ୍ତାର ପାଇ ନଥିଲେ,ଲୋକମାନେ ଏହା ଜାଣୁଥିଲେ ବି ପାଗଳର ଆକ୍ରମଣ ଭୟରେ ସେଠାକୁ ଯାଇପାରୁ ନଥିଲେ । ଏମାନଙ୍କୁ ଆକ୍ରମଣ କରି ନାତି ଚିତ୍ର ଚାଲିଯାଉଥିବା ସମୟରେ ଗ୍ରାମବାସୀ କୋଦଳା ପୋଲିସ ଏବଂ ଆମ୍ବୁଲାନ୍ସ କୁ ଖବର ଦେବା ପରେ ଆମ୍ବୁଲାନ୍ସ ଆସି ଜେଜେ ମା ଏବଂ ବଡ଼ ପୁଅଙ୍କୁ କୋଦଳା ମେଡିକାଲରେ ପହଞ୍ଚାଇ ଥିଲେ, କିନ୍ତୁ ଡାକ୍ତର ଜେଜେ ମା ଅନି କୁ ମୃତ ଘୋଷଣା କରିଥିବା ବେଳେ, ବଡବାପାର ମୁଣ୍ଡରେ ଆଘାତ ଲାଗିଥିବାରୁ ଚିକିଛା କରାଇଥିଲେ ।ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ଥିବା ବେଳେ ବଡବାପାର ଏତଲା କୁ ଭିତ୍ତିକରି ଶବ ବ୍ୟବଛେଦ ନିମନ୍ତେ ପଠାଇଛନ୍ତି । ପାଗଳ ନାତିକୁ ପୋଲିସ ଅଟକ ରଖି ପଚାରା ଉଚରା କରୁଛି ।
ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ