ନଳିନୀ ପଣ୍ଡା ପୁଣିଥରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ।

0 6

ସୁବର୍ଣ୍ଣପୁର ,୧୩/୦୪(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଜଣାଶୁଣା ନାରୀନେତ୍ରୀ ନଳିନୀ ପଣ୍ଡାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଲଗାତାର ଚତୁର୍ଥଥରପାଇଁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ କରାଯାଇଛି। କମଳପୁର ଗ୍ରାମର ବାସିନ୍ଦା ଶ୍ରୀମତୀ ପଣ୍ଡାଙ୍କର ଏହି ସଫଳତା ପାଇଁ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।ଶ୍ରୀମତୀ ପଣ୍ଡା ପୂର୍ବରୁ ଜନପ୍ରତିନିଧି ଭାବେ ଉଫୁଲା ଗ୍ରାମ ପଂଚାୟତ ର ସରପଞ୍ଚ, ବୀରମହାରାଜପୁର ଜୋନ-୧ ର ଜିଲ୍ଲା ପରିଷଦ ସଭ୍ୟା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଛନ୍ତି l ସେ ବର୍ତ୍ତମାନ ବଲାଙ୍ଗୀର ସାଂସଦଙ୍କ ବୀରମହାରାଜପୁର ବ୍ଲକ ପ୍ରତିନିଧି ଏବଂ ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟିର ସଭ୍ୟା ଭାବେ କାର୍ଯ୍ୟ କରୁଛନ୍ତି।
ତାଙ୍କର ସାଙ୍ଗଠନିକ ଦକ୍ଷତା ଏବଂ ଜନସେବା ପ୍ରତି ଥିବା ନିଷ୍ଠା ଯୋଗୁଁ ଦଳ ତାଙ୍କ ଉପରେ ପୁନର୍ବାର ଭରସା ପ୍ରକଟ କରିଛି। ଏହି ମନୋନୟନ ପରେ ସେ ରାଜ୍ୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଦଳର ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.