ନଳବଣ୍ଟା ଠାରେ “ଆମ ଓଡ଼ିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ।

0 306

ଆସିକା,୦୨/୦୨(ପିପିଟି):ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆସିକା ବ୍ଲକର ନଳବଣ୍ଟା ଗ୍ରାମ ପଞ୍ଚାୟତରେ ଗ୍ରାମାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆଜି “ଆମ ଓଡ଼ିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ସ୍ଥରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ସହ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତି ଭୂମିର ବିକାଶ,ବିଭିନ୍ନ ଗୋଷ୍ଠୀ ଭିତ୍ତିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରି ବିଭିନ୍ନ ପଦକ୍ଷେପ ନିଆଯାଉଛି ଏହି ସମସ୍ତ ସେବାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ରହିଛି। ଆଜିର ଏହି ପଞ୍ଚାୟତ ସ୍ଥରୀୟ ସଚେତନତା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ଯତମ ଅତିଥି ରୂପେ ପଞ୍ଚାୟତ ସମିତି ଅଧକ୍ଷା ତ୍ରିବେଣୀ ନାହାକ,୩ ନମ୍ବର ଜିଲ୍ଲା ପରିଷଦ ବି. ମନୋଜ କୁମାର ଦୋରା, ସମସ୍ତ ସରପଞ୍ଚ ଗଣ, ସମସ୍ତ ସମିତି ସଭ୍ୟ, ସଭ୍ୟା, ବରିଷ୍ଠ ନେତୃ ମଣ୍ଡଳୀ, ବିଜୁ ମହିଳା ଜନତାଦଳ,ବିଜୁ ଯୁବ ଓ ଛାତ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.