***ନବ ବର୍ଷରେ ଚାକର ସ୍ତୁତି***

0 133

ଆଜି ନବ ବର୍ଷ-୨୦୨୪
ଫୁଲ ତୋଡାଟିଏ ଧରି
ଅଫିସର ପାଖେ ତଳିଆ ଚାକର
ବୁଲୁଥାଏ ଘିରି ଘିରି…!!
ଫୁଲରେ ପଡ଼ିଛି ଅତର ଛିଟିକା
ବାସୁଥାଏ ଚଉ ଦିଗ…
ଡାଏରୀ ଖଣ୍ଡିଏ ଦେଇ ଉପହାର
ମୁଣ୍ଡିଆ ମାରଇ ଆଗ…!!
ହ୍ଯାପି ନିଉ ଇଅର କହଇ ଖନେଇ
କର ପତ୍ର ଯୋଡି ଧିରେ…
ଦଶ ଦୋଷ ପ୍ରଭୁ କରି ଦେବ କ୍ଷମା
ଆଶୀର୍ବାଦ ଥାଉ ବାରେ…!!
ତୁମ ନିର୍ଦ୍ଦେଶକୁ ଚଳୁଥିବି ମାନି
ହେଉଥିବି ଉଠ ବସ….
ଚରିତ୍ର ପଞ୍ଜିକା ଉଜ୍ଜ୍ୱଳ କରିବ
ପୂରଣ କରିବି ଆଶ…!!
ରାଗେ ଗର ଗର ହେଉଥିବ ଯଦି
ଶାନ୍ତ କରୁଥିବି ଚିତ୍ତ…
କାଗଜପତ୍ରରେ କରି ରଫାଦଫା
ପଠାଇବି ମୋଟା ବିତ୍ତ…!!
କହିବି ନି ତୁମ ମନ୍ଦ ଗୁଣ ଯେତେ
ଚୋରୀ ନାରୀ ଖଚ ମିଛ….
କହୁଥିବି ସଦା ଆମ ଅଫିସର
କାଚ କେନ୍ଦୁ ପାଣି ସ୍ବଛ…!!
ତୁମର ମଙ୍ଗଳ ସଦା ପାଞ୍ଚୁ ଥିବି
କରୁଥିବି ପ୍ରଣିପାତ…
ତୁମ ଗାଳି ମୋର କର୍ପୁର ଚନ୍ଦନ
ତୁମ ବାଣୀ ଭାଗବତ….!!
ଭଗବାନ ପରି ତୁମକୁ ମଣଇ
ତୁମେ ମୋ ପରାଣ ସାଇଁ
ନବ ବର୍ଷରେ ଦୟା କରିଥିବ
ଚାକିରୀ ଖାଇବ ନାହିଁ…!!
ଚାକିରୀଟା ମୋର ସୁରକ୍ଷିତ ପାଇଁ
ତୁମ ପାଦ ସେବା ଧ୍ୟାନ….
ଯାହା ତ କହିବ ତାହା ମୁୁଁ କରିବି
ତୁମେ ମୋ ପରାଣ ଧନ…!!
ଦୟା କରିଥିବ ହତଭାଗା ଠାରେ
ମିନତି ଏ ନବ ବର୍ଷେ…
ଶତ ପ୍ରଣିପାତ କରୁଛି ତୁମକୁ
ଫେରୁଛି ନିର୍ଭୟ ଚିତ୍ତେ…!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୪୭

Leave A Reply

Your email address will not be published.