ନବ ନିର୍ବାଚିତ ବିଧାୟକଙ୍କୁ ବୋଲଗଡ଼ ବ୍ଲକ୍ ବିଜେଡି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ।

0 156

ବୋଲଗଡ଼,୧୩/୦୬(ପିପିଟି) :ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ବୋଲଗଡ଼ ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ବଡକୁମାରି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ନବ ନିର୍ବାଚିତ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ବିରାଟ ପଟୁଆର ରେ ବାଜା ବଜେଇ ବାଣ ଫୁଟାଇ ବିପୁଳ ପରିମାଣରେ ସ୍ବାଗତ ସମ୍ବର୍ଦ୍ଧନା କରି ବଜାର ପରିକ୍ରମା କରିଥିଲେ ।ଏହି ଅବସରରେ ଅନୁଷ୍ଠିତ ସଭାରେ ବିଜେଡି ବ୍ଲକ ସଭାପତି ବାନମ୍ବର ମାଝୀଙ୍କ ସଭାପତିତ୍ବରେ ବିଧାୟକ ଶ୍ରୀ ସାହୁଙ୍କୁ ଫୁଲ ତୋଡା ଓ ଫୁଲ ମାଳ ରେ ମାଲ୍ୟାର୍ପଣ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ହୁଲାସ ପ୍ରଧାନ ,ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ,ଜିଲ୍ଲା ପରିଷଦ ସଭ୍ୟ ସୁବାସଚନ୍ଦ୍ର ରାୟଗୁରୁ ,ଜିଲ୍ଲାପରିଷଦ ସଭ୍ୟ ପ୍ରତିନିଧି ସୁଭେନ୍ଦ୍ର କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ ।ବିଧାୟକଙ୍କ ବ୍ୟକ୍ତବରେ କହିଥିଲେ ଦୀର୍ଘ ୨୯ବର୍ଷ ବିଦେଶୀ ଶାସନ କବଳରୁ ମୁକ୍ତ କରିବା ସହିତ ସ୍ଥାନୀୟ ପ୍ରତିନିଧିଙ୍କୁ ୯୦ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତାଇ ସେବା କରିବାର ଦାୟିତ୍ବ ଦେଇଛନ୍ତି ।ବୋଲଗଡ ବେଗୁନିଆ ବାସୀଙ୍କ ପାଇଁ ନିଜକୁ ସେବା କ୍ଷେତ୍ରରେ ନିୟୋଜିତ କରିବି ବୋଲି ଦୃଢକ୍ତି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ବ୍ଲକର ୧୯ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ,ସମିତିସଭ୍ୟ ପଞ୍ଚାୟତ ସଭାପତି ଓ ପଞ୍ଚାୟତ ସ୍ତରୀୟ ଛାମୁଆ କର୍ମୀ ପ୍ରମୁଖ ଯୋଗଦେଇଥିଲେ ।ପରିଶେଷରେ ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦତ୍ତ ଧନ୍ୟବାଦ୍ ଦେଇଥିଲେ। ଏଥିରେ ବହୁ ଦଳୀୟ କର୍ମୀ ମାନେ ଯୋଗଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.