ନବ ନିର୍ବାଚିତ ଉପାଧ୍ୟକ୍ଷାଙ୍କ ବିଜୟ ଶୋଭାଯାତ୍ରା ।

0 302

ବେଲଗୁଣ୍ଠା,୦୮/୦୪,(ପିପିଟି): ସମାପ୍ତ ହୋଇଛି ପୌର ନିର୍ବାଚନ ପ୍ରକ୍ରିୟା ।ବେଲଗୁଣ୍ଠା ଏନ୍ଏସି ରେ ବିଜେଡି ସଭାପତି ରବୀନ୍ଦ୍ର ନାଥ ମହାପାତ୍ର ଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ି ବିରୋଧିଙ୍କୁ ମାତ୍ ଦେଇ ଅଧ୍ୟକ୍ଷ ପଦବୀ ସମେତ ୧୩ ରୁ ୧୩ ୱାର୍ଡରେ କ୍ଳିନ୍ ସୁଇପ୍ କରି ଇତିହାସ ରଚିଛି । ୭ ତାରିଖ ଦିନ ଏହି ନିର୍ବାଚନରେ ଶେଷ ପ୍ରକ୍ରିୟା ଭାବେ ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଯାଇଛି ।କେବଳ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ୭ ନମ୍ବର ୱାର୍ଡ ଅପ୍ରତିଦ୍ଵନ୍ଦୀ କାଉନସିଲର ବବିତା ପାତ୍ରଙ୍କୁ ନୂତନ ଉପାଧ୍ୟକ୍ଷ ଭାବେ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ଧରଣୀଧର ବେହେରା । ୭ ତାରିଖ ଦିନ ସଂଧ୍ୟାରେ ଉପାଧ୍ୟକ୍ଷାଙ୍କ ତରଫରୁ ଏକ ବିରାଟ ବିଜୟ ଶୋଭାଯାତ୍ରା ଆୟୋଜନ କରାଯାଇ ବେଲଗୁଣ୍ଠା ନଗର ପରିକ୍ରମା କରାଯାଇଥିଲା । ବିଭିନ୍ନ ୱାର୍ଡରେ ଉପାଧ୍ୟକ୍ଷା ବବିତା କୁମାରୀ ଓ ତାଙ୍କ ସ୍ୱାମୀ ତଥା ବରିଷ୍ଠ ସଂଗଠକ ଲିଙ୍ଗରାଜ ପାତ୍ରଙ୍କୁ ଅଭିନନ୍ଦନ ସହିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ତା ସହିତ ବେଲଗୁଣ୍ଠା ବିଜେଡି ସଭାପତି ରବୀନ୍ଦ୍ର ନାଥ ମହାପାତ୍ର,ନଗରପାଳ ଫିରୋଜ ସେଠୀ,୧ ନମ୍ବର ୱାର୍ଡ କାଉନସିଲର ଭାସ୍କର ପାତ୍ର,୨ ନମ୍ବର ୱାର୍ଡର ଦିବ୍ୟ ରଞ୍ଜନ ଦାଶ,୩ ନମ୍ବର ୱାର୍ଡର ଲିଜା ବେହେରା,୪ ନମ୍ବର ୱାର୍ଡର ପ୍ରିୟମ୍ବଦା ସାମଲ,୫ ନମ୍ବର ୱାର୍ଡର କାହ୍ନୁ ଚରଣ ସାହୁ,୬ ନମ୍ବର ୱାର୍ଡର ପ୍ରଦୀପ ସେଠୀ,୮ ନମ୍ବର ୱାର୍ଡର ପ୍ରଗତି ପାତ୍ର,୯ ନମ୍ବର ୱାର୍ଡର ଦିଲ୍ଲିପ କୁମାର ଆଚାରୀ,୧୦ ନମ୍ବର ୱାର୍ଡର ସୁଜ୍ୟୋତି ସୁବୁଦ୍ଧି,୧୧ ନମ୍ବର ୱାର୍ଡର ସଙ୍ଗିତା ପାତ୍ର,୧୨ ନମ୍ବର ୱାର୍ଡରେ ବିଶ୍ୱନାଥ ଦଳେଇ ଓ ୧୩ ନମ୍ବର ୱାର୍ଡର ପ୍ରତିମା ସ୍ୱାଇଁ ଆଦିଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ତଥା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ପୁର୍ବତନ କାଉନସିଲର ଜିତେନ୍ଦ୍ର ସୁବୁଦ୍ଧି,ଯତୀନ କୁମାର ପାତ୍ର,ଭି.ଦେବୀ ପ୍ରସାଦ ପାତ୍ର, ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି ପ୍ରମୁଖଙ୍କ ସହିତ ବିଜେଡିର ବହୁ କର୍ମୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.