ମାଛି ମାଛି ସଞ୍ଜେ ପ୍ରଦୀପ ଜାଳିଲେ
ଆଲୋକ ହଟାଏ ଅମା…..
ସେ ଆଲୋକେ ତୁମ ସ୍ବର୍ଣ୍ଣାଭ ବଦନ
ଦିଶେ କେଡେ ଅନୁପମା…….!!
ବିମ୍ବ ଓଠେ ତୁମେ ମୃଦୁ ମନ୍ଦ ହସ
ପ୍ରେମିକ ସଜାଇ ମୋତେ…..
ତୁମ ସୌନ୍ଦର୍ଯ୍ୟ ର ରସିକ ହୋଇଣ
ଭାବନାରେ ବୁଡେ କେତେ…..?
ଲାଜୁଆ ଲାଜିଆ ମୁହଁରେ ତୁମର
ନୟନ କାମନା ଦୀପ….
କଟାକ୍ଷ ଚାହାଣି ହୃଦ ନିଏ କିଣି
ପଉଷ ସକାଳ ତାପ…..!!
ଘନକେଶୀ ବାଳା ମନ୍ମଥର ଜ୍ବାଳା
ଦେଖି ଛାୟା ଛବି ତବ….
ମାରେ ଘନ ଘନ ଘନେ ବଜ୍ର ସମ
ଅସହ୍ୟେ ଜୀବନ ଯିବ….!!
ଅପୂର୍ବ ସୌନ୍ଦର୍ଯ୍ୟ ଦର୍ଶନେ ଅଧର୍ଯ୍ଯ
ହୁଏ ମୁଁ ଅସ୍ଥିର ମନା….
ସାଇତି ରଖିଛି ପ୍ରୀତି ଉପହାର
ଘେନ ରେ ନବନବୀନା…..!!
ଦେଇ ପ୍ରୀତି ଦାନ କରି ଆଲିଙ୍ଗନ
କରୁଣ କର ଗୋ ପ୍ରିୟା….
ତୃଷାର୍ତ୍ତେ ପରାଣ ଛାଡିଲେ ତକ୍ଷଣ
ମୁକତି ନ ହେବ କାୟା….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭