ଭୁବନେଶ୍ବର/ଯାଜପୁର,୧୯/୦୪(ପିପିଟି): ବିଜେଡ଼ି ସଭାପତି ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନବୀନ। ନବମ ଥର ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ନବୀନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ନେତା ଓ କର୍ମୀ ।
ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆରୂପ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଧର୍ମଶାଳା ର ପୁର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତରାୟ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି ଏହା ସହିତ କହିଛନ୍ତି ଦଳକୁ ସଶକ୍ତ କରିବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଲୋକେ ଏକାଠି ହେଲେଣି ଏହା ସହିତ ପ୍ରଣବ କହିଛନ୍ତି ୨୦୦୦ ମସିହାରୁ ୨୦୨୪ ଯାଏଁ ସୋବାର ସୁଯୋଗ ପାଇଥିଲା ବିଜେଡ଼ି। ଏହି ସମୟ ଥିଲା ଓଡ଼ିଶା ଇତିହାସର ସୁବର୍ଣ୍ଣ ସୁଯୋଗ । ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି। କ୍ଷମତାରେ ଥାଉ ବା ନ ଥାଉ ଲୋକଙ୍କ ସେବା କରୁଛୁ ଓ କରିଚାଲିବୁ। ସମସ୍ତଙ୍କୁ ସଶକ୍ତ କରିବା ଉପରେ ଆମର ଫୋକସ । ଆଞ୍ଚଳିକ ବିକାଶ ଆମର ଫୋକସ । ଓଡ଼ିଶା ସ୍ବାର୍ଥ ସହ ବିଜଡି ସବୁବେଳେ ଯୋଡି ହୋଇ ରହିଛି। ଓଡ଼ିଶାର ହକ୍ ପାଇଁ ଲଢେଇ ଜାରି ରହିବ। ମିଛ ପ୍ରଚାର କରି ବିଜେପି କ୍ଷମତାକୁ ଆସିଛ । ବିଜେଡ଼ି ବିରୋଧରେ ମିଛ ପ୍ରଚାର କରି ବିଜେପି ଜିତିଛି। ଦଳର କର୍ମୀ ଆମର ରିୟଲ ଆସେଟ ବୋଲି ସେ କହିଥିଲେ। ଦଳର ସାଙ୍ଗଠନିକ ଦକ୍ଷତାକୁ କେହି ହେୟ ମନେ କରିପାରିବେ ନାହିଁ। ବିଜେଡିର କର୍ମୀ,ଭାଇ ଭଉଣୀ ମାନଙ୍କ ଉପରେ ମୋର ପୁରା ଭରସା ଅଛି । ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ ।