ନବଜ୍ୟୋତି ଯୁବକ ସଂଘ ପକ୍ଷରୁ ଜୀବନ ବିନ୍ଦୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

0 309

ଖୋର୍ଦ୍ଧା ,୧୫/୦୯(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଗେଡିଆପଲ୍ଲିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ବିଜେଡି ଜୋନ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ତ୍ରିପାଠୀଙ୍କ ସଂଯୋଜନାରେ ରବିବାର ମଧ୍ୟାହ୍ନରେ ଓଡ଼ିଶା ମୋ ପରିବାର “ଜୀବନ ବିନ୍ଦୁ” ଆନୁକୁଲ୍ୟରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗେଡିଆପଲ୍ଲୀ ଗ୍ରାମ ପଞ୍ଚାୟତ ର ନବଜ୍ୟୋତି ଯୁବକ ସଂଘ, ଶାମୁକା ପାଟଣା ଦ୍ଵାରା ସଂଘ ସଭାଗୃହ ଠାରେ ଜୀବନ ବିନ୍ଦୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଧାୟକ ଶ୍ରୀ ସାହୁଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ କିଶୋର ଛୋଟରାୟ, ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ ତ୍ରିପାଠୀ, ସମିତି ସଭ୍ୟ ରଞ୍ଜନ କୁମାର ପଣ୍ଡା, ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖଡ଼lଙ୍ଗା ,ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର, ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ସତ୍ୟପ୍ରକାଶ ସାହୁ, ଶିକ୍ଷକ ଶିଶିର ମହାପାତ୍ର, ସାମ୍ବାଦିକ ମିହିର ମହାପାତ୍ର ପ୍ରମୁଖ । ଯୁବକ ସଂଘର ସମସ୍ତ କର୍ମକର୍ତ୍ତା, ସଭ୍ୟ ଓ ଯୁବ ଗୋଷ୍ଠୀ ଙ୍କ ଉଦ୍ୟମ ଓ ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଅଛି । ବିଧାୟକ ଶ୍ରୀ ସାହୁ କହିଛନ୍ତି ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଏହା ଆରମ୍ଭ ମାତ୍ର ଆଗାମୀ ଦିନରେ ସମସ୍ତ ୪୦ଗୋଟି ପଞ୍ଚାୟତ ରେ ଶିବିର ଆୟୋଜନ କରାଯାଇ ରକ୍ତାଭାବ ଦୂର କରାଯିବl ସହ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ବେଗୁନିଆ ଗଠନ ପାଇଁ ଆହ୍ବାନ ଦେଇଛନ୍ତି ଓ ଶେଷରେ ଆୟୋଜକ ସଂସ୍ଥା ଓ ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.