ନକଲି ସୁନାଚେନ ଦେଇ ଠକେଇ,ମହିଳା ଗିରଫ।

0 270

ଭଞ୍ଜନଗର, ୧୬/୦୪(ପିପିଟି):ଠକେଇ କରିବା ପାଇଁ ଆଜିକାଲି ଠକମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି।ଆଉ ଏହାକୁ ବୁଝି ନପାରି ବହୁ ସାଧାରଣ ଲୋକ ସର୍ବସ୍ୱ ହରାଇ ହଇରାଣ ହେଉଛନ୍ତି। ଭଞ୍ଜନଗର ଥାନା ଢୁଢୁଆ ଗ୍ରାମର କାଳିଆ ସେଠୀ ଜଣେ ମହିଳା ନକଲି ସୁନା ଚେନ ଦେଇ ଠକେଇର ଶୀକାର ହୋଇଥିବା ଗତ ୧୨ତାରିଖରେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ଲିଖିତ ରିପୋର୍ଟ ଆଧାରରେ ଭଞ୍ଜନଗର ଥାନା କେସ୍ ନଂ ୩୮୭/୨୫ ଅନୁଯାୟୀ ଅଜଣା ମହିଳା ଠକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା।ଉକ୍ତ ଠକ ମହିଳା କାଳିଆ ସେଠୀ ଏବଂ ଅନ୍ୟ ୪ଜଣଙ୍କ ଠାରୁ ତାଙ୍କ ପୁଅ ଏବଂ ଝିଅର ଚିକିତ୍ସା ଦର୍ଶାଇ ନକଲି ସୁନା ଚେନ୍ ଦେଇ ଟଙ୍କା ଠକି ନେଇଥିଲେ।ପୋଲିସ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ।ସେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ସମାପଲି ଗ୍ରାମର ତ୍ରିନାଥ ନାଏକଙ୍କ ପତ୍ନୀ ତମାଳ ନାଏକ (୫୩) ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ଠାରୁ ପାଞ୍ଚଟି ନକଲି ସୁନା ଚେନ୍ ମଧ୍ୟ ଉଦ୍ଧାର କରାଯାଇଛି। ତଦନ୍ତ ସମୟରେ, ଅଭିଯୁକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଠକିଛନ୍ତି କି ନାହିଁ ସେ ବିଷୟରେ ଅଧିକ ଯାଞ୍ଚ ଚାଲିଛି। ଭବିଷ୍ୟତରେ ଏପରି ବ୍ୟକ୍ତିଙ୍କ ଉପରେ ବିଶ୍ୱାସ ନକରିବାକୁ ଏବଂ ଏପରି କୌଣସି ଘଟଣା ଆସିଲେ ଗଣ ମାଧ୍ୟମ ଦ୍ୱାରା ଭଞ୍ଜନଗର ପୋଲିସକୁ ଜଣାଇବାକୁ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଜନସାଧାରଣଙ୍କୁ କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.